ପାଞ୍ଚ ଲକ୍ଷ୍ୟ ଟଙ୍କାର ଗଞ୍ଜେଇ ସହ ତିନି ଗିରଫ

ମୋହନା,(ଅଂଶୁମାନ ପଣ୍ଡା): ଗଜପତି ଜିଲ୍ଲା ମୋହନା ଓ ଅଡବା ରା,ଉଦୟଗିରି ଥାନା ରେ ଲଗାତାର ଚୋରା ଚାଲାଣ ଗଞ୍ଜେଇ ଧରା ଯାଉଛି | ଗଜପତି ଜିଲ୍ଲା ଆରକ୍ଷୀ ଅଧକ୍ଷ ଶ୍ରୀ ତପନ କୁମାର ପଟ୍ଟନାୟକଙ୍କ ନିର୍ଦେଶ କ୍ରମେ ଅଞ୍ଚଳ ରୁ ବେଆଇନ ଗଞ୍ଜେଇକୁ ରୋକିବା ପାଇଁ ନିର୍ଦେଶ ହୋଇଛି | ଏହାକୁ ଆଖି ଆଗରେ ରଖି ମୋହନା ଥାନା ଅଧିକାରୀ ସୁଜିତ କୁମାର ନାୟକ ଙ୍କ ନେତୃତ୍ୱରେ ଏସଆଇ ସୁନିଲ କୁମାର ଦଳାଇ ଏକ ପୋଲିସ ଟିମ ନେଇ ଚାନ୍ଦିପୁଟ ଅଞ୍ଚଳରେ ପେଟ୍ରୋଲିଙ୍ଗ କରୁଥିଲେ | ପ୍ରଧାନମନ୍ତ୍ରୀ ସଡ଼କ ୬୦ ତରାମାଳ ପଟୁ ଏକ ଟାଟାସୋମ ଗାଡ଼ି ନଂ ବିଆର୧୧ ଏଚ ୪୩୭୩ କୁ ଅଟକାଇ ଯାଞ୍ଚ କରିଥିଲେ | ଏଥିରେ ତିନି ଜଣଙ୍କୁ ଓଲ୍ହାଇ ଗାଡ଼ି ଭିତରେ ତନାଘନା କରିବା ବେଳେ ୩ଟି ବସ୍ତା ପାଇଥିଲେ ଏଥିରେ ଗଞ୍ଜେଇ ଥିବା ଦେଖି ଥାନା ଅଧିକାରୀଙ୍କୁ ଜଣାଇବା ସହ ତହସିଲଦାର କଲ୍ୟାଣି ସଙ୍ଘମିତ୍ରା ଦେବୀଙ୍କ ଉପସ୍ଥିତିରେ ଉକ୍ତ ଗଞ୍ଜେଇକୁ ଓଜନ କରାଯାଇଥିଲା | ଯାହାକି ୮୦ କିଲୋ ବୋଲି ଜଣାପଡ଼ିଛି | ଏହାର ଆନୁମାନିକ ମୂଲ୍ୟ ପାଞ୍ଚ ଲକ୍ଷ୍ୟ ହେବ ବୋଲି ଜଣାପଡ଼ିଛି | ଏହା ସହ ଗଞ୍ଜେଇ ଚୋରା ଚାଲାଣ ରେ ସମ୍ପୃକ୍ତ ଥିବା ତିନି ଜଣଙ୍କୁ ଗିରଫ କରାଯାଇଛି ସେମାନେ ହେଲେ ବିହାର ରାଜ୍ୟର ଭାଗଲପୁର ଅଞ୍ଚଳର ବିକାଶ କୁମାର (୨୦) ରୂପେଶ କୁମାର ଯାଦବ (୨୫) ଦୀପକ କୁମାର ଯାଦବ (୨୭) ଏମାନେ ଜିରାଙ୍ଗ ଅଞ୍ଚଳରୁ ବିହାରକୁ ଏହି ଗଞ୍ଜେଇ ନେଉଥିବା ବେଳେ ଥାନା ଅଧିକାରୀ ସୁଜିତ କୁମାର ନାୟକ କହିଛନ୍ତି |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ