ପାଟକୁରାରେ କେନ୍ଦ୍ରମନ୍ତ୍ରୀଙ୍କ ମାରାଥନ ପ୍ରଚାର
ପାଟକୁରା, (ଯୁଗାବ୍ଦ ନ୍ୟୁଜ) – ପାଟକୁରା ବିଧାନସଭା ନିର୍ବାଚନ ଆଉ ଅଳ୍ପ ଦିନ ଥିବା ବେଳେ ଏଠାକୁ ନିର୍ବାଚନୀ ପ୍ରଚାର ପାଇଁ ବିଭିନ୍ନ ଦଳୀୟ ନେତାଙ୍କର ସୁଅ ଛୁଟିଛି । ସେହି କ୍ରମରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପାଟକୁରାରେ କେନ୍ଦ୍ରମନ୍ତ୍ରୀଙ୍କ ମାରାଥନ

ପ୍ରଚାର କରିଛନ୍ତି । ପ୍ରାର୍ଥୀ ବିଜୟ ମହାପାତ୍ରଙ୍କୁ ପଦ୍ମ ଫୁଲରେ ଭୋଟ ଦେଇ ଜୟଯୁକ୍ତ କରିବେ ବୋଲି କେନ୍ଦ୍ରାପଡା ଜିଲ୍ଲା ପାଟକୁରା ବିଧାନସଭା ଉପନିର୍ବାଚନ ପାଇଁ ମାରାଥନ ପ୍ରଚାର କରିବା ପରେ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସେ , କହିଛନ୍ତି ଯେ ପାଟକୁରା ବିଧାନସଭା ନିର୍ବାଚନ ମଣ୍ଡଳିରେ ଲୋକମାନଙ୍କର ଅହେତୁକ ଜନସମର୍ଥନ ଭାରତୀୟ ଜନତା ପାର୍ଟି ବିଶେଷତଃ ଦଳୀୟ ପ୍ରାର୍ଥୀ ବିଜୟ ମହାପାତ୍ରଙ୍କ ପ୍ରତି ରହିଛି । ଏଥର ଲୋକମାନେ ଦଳମତ ନିର୍ବିଶେଷରେ ନିଃସନ୍ଦେହ ବିଜୟ ବାବୁଙ୍କୁ ବିଧାୟକ କରିବେ । ଚଳିତ ନିର୍ବାଚନରେ କେନ୍ଦ୍ରରେ ମୋଦି ଓ ରାଜ୍ୟରେ ନବୀନ ସରକାର ହୋଇସାରିଥିବା ବେଳେ ପାଟକୁରା ନିର୍ବାଚନ ଫଳାଫଳ ଦିଲ୍ଲୀ ଓ ଭୁବନେଶ୍ୱର ସରକାରକୁ ବଦଳାଇ ପାରିବନାହିଁ । ମାତ୍ର ବିଜେପି ପ୍ରାର୍ଥୀ ବିଜୟ ମହାପାତ୍ରଙ୍କ ଭଳି ଲୋକ ବିଜେତା ହୋଇ ବିଧାୟକ ଭାବେ ବିଧାନସଭାକୁ ଗଲେ ମୋଦି ଦେଉଥିବା ଟଙ୍କାର ହିସାବ ଗାଁ ଗଣ୍ଡାର ଲୋକମାନେ ପାଇପାରିବେ । ଓଡିଶାରେ ଗୋଟିଏ ଦଳ ଦୀର୍ଘ ୨୦ ବର୍ଷ ଧରି ଲମ୍ବା ସମୟର ଶାସନ ଦାୟିତ୍ୱରେ ରହିବା ପରେ ମଧ୍ୟ ଗରିବ ଲୋକମାନଙ୍କର ସମସ୍ୟାର ସମାଧାନ ହୋଇପାରିନଥିବା ବେଳେ ଆଗାମୀ ୫ ବର୍ଷରେ ସମାଧାନ ହୋଇପାରିବ କି ବୋଲିଶ୍ରୀ ପ୍ରଧାନ ପ୍ରଶ୍ନ କରିଛନ୍ତି ।ସେହିପରି ଗଣତନ୍ତ୍ରରେ ଭୋଟ ଦେଉଥିବା ଲୋକମାନଙ୍କର ନିଷ୍ପତିକୁ ସ୍ୱୀକାର କରିବା ଦରକାର , ଗଣତନ୍ତ୍ରରେ ପେଂଚ ଲୋକଙ୍କ ହାତରେ ଅଛି । ବିଜେପି ତା କାମ କରୁଥିବା ବେଳେ ଅନ୍ୟାନ୍ୟ ରାଜନୈତିକ ଦଳ ସେମାନଙ୍କର କାମ କରୁଛନ୍ତି ଏବଂ ପାଟକୁରାବାସୀ ତାଙ୍କ କାମ କରିବେ ବୋଲି ସେ କହିଛନ୍ତି ।


