ପାଟକୁରାରେ ବିଜେଡି ବହୁ ଆଗରେ
(ଯୁଗାବ୍ଦ ନ୍ୟୁଜ) ଧୀରେଧୀରେ ବଦୁମତ ଆଡକୁ ଅଗ୍ରସର ହେଉଛି ବିଜେଡି । ପାଟକୁରା ରେ ବିଜୟ ର ବାନା ଉଡାଇବା କୁ ଅଗ୍ରସର ସାବିତ୍ରୀ ଅଗ୍ରୱାଲ । ୧୮ ଟି ରାଉଣ୍ଡ ରୁ ୧୬ ଟି ରାଉଣ୍ଡ ର ଗଣତି ସୁଧା ବିଜେଡି ପ୍ରାର୍ଥୀ ସାବିତ୍ରୀ ଅଗ୍ରୱାଲ ୧୭ ହଜାର ୨ଶହ ୩୪ ଖଣ୍ଡ ଭୋଟରେ ଆଗର ଅଛନ୍ତି ।ଅନ୍ୟପଟେ ବିଜେପି ଭେଟରାନ ବିଜୟ ମହାପାତ୍ର ବିଧାନସଭା କୁ ଫେରିବା ସ୍ୱପ୍ନ ସ୍ୱପ୍ନରେ ହିଁ ରହିଯିବ । ବିଜୟ ସାବିତ୍ରୀ ଙ୍କ ଠାରୁ ବହୁ ପଛରେ ଥିବାରୁ ବିଜେଡି ଶିବିରରେ ସେଲିବ୍ରେସନ ଆରମ୍ଭ ହୋଇଯାଇଛି । କିନ୍ତୁ ଏହି ମହାସମରରେ ଜାତୀୟ କଂଗ୍ରେସ ର ପ୍ରାର୍ଥୀ ଜୟନ୍ତ ମହାନ୍ତି ୨ ହଜାର ୧୬ ଖଣ୍ଡ ଭୋଟ ପାଇ ବହୁ ପଛରେ ଥିବା ବେଳେ ନୋଟା ରେ ପଡିଛି ୩୯୫ ଭୋଟ ।