ପାଟନାଳୀ ପୋତି ସେପ୍ଟେଜ ଟ୍ରିଟମେଂଟ ପ୍ଲାଂଟ ନିର୍ମାଣ ବିରୋଧରେ ଜିଲ୍ଲାପାଳଙ୍କୁ ଅଭିଯୋଗ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) : ପାଟନାଳୀକୁ ପୋତାଯାଇ ତାହା ଉପରେ କେନ୍ଦ୍ରାପଡା ପୈାରସଂସ୍ଥା ପକ୍ଷରୁ ନିର୍ମାଣ ହେଉଥିବା ସେପ୍ଟେଜ ଟ୍ରିଟମେଂଟ ପ୍ଲାଂଟକୁ ବିରୋଧ କରି ପୈାରାଚଂଳ ଅନ୍ତର୍ଗତ ଓଡିଶୋ, ଗଉଡଗୋପ, ନସଡିପୁର, ମେଘବରଡା ସମେତ ଦୁତିଆଳ ମୈାଜାର ଚାଷୀମାନେ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି । ଅଭିଯୋଗପତ୍ରରେ ଉଲ୍ଲେଖ ରହିଛି ଯେ ଓଡିଶୋ ମୈାଜାର ହାଲ ଖାତା ନଂ.୫୨୯ ଓ ପ୍ଲଟ ନମ୍ବର ୧୦୩୩, ଏରିଆ ଏ୪.୫୦୦ଡିସିମିଲ ଗୋଚର କିଷମ ଜମିରେ ଶତାଧିକ ବର୍ଷ ହେବ ଚାଷଜମିରୁ ପାଟନାଳୀ ଦେଇ ଜଳ ନିଷ୍କାସିତ ହୋଇଥାଏ । ଏବେ କେନ୍ଦ୍ରାପଡା ପୈାରସଂସ୍ଥା ଏବଂ ଭୁବନେଶ୍ୱର ଓଡିଶା ୱାଟର ସପ୍ଲାଏ ଆଣ୍ଡ ସ୍ୱରେଜ ବୋର୍ଡଙ୍କ ପକ୍ଷରୁ ସେହି ଗୋଚର ପ୍ଲଟ ଉପରେ ବାଲିରେ ପୋତା ଯାଇ ସେପ୍ଟେଜ ଟ୍ରିଟମେଂଟ ପ୍ଲାଂଟ ନିର୍ମାଣ ଚାଲିଛି । ଏହି ପ୍ଲାଂଟ ନିର୍ମାଣ ଫଳରେ ଉପରୋକ୍ତ ମୈାଜା ଗୁଡିକର ପ୍ରାୟ ୧୫ଶହ ଏକରରୁ ଉର୍ଦ୍ଧ୍ୱ ଚାଷଜମିରୁ ଜଳ ନିଷ୍କାସନରେ ଗୁରୁତର ପ୍ରତିବନ୍ଧକ ସୃଷ୍ଟି କରିବ ବୋଲି ଚାଷୀମାନେ କହିଛନ୍ତି । ଏହା ଦ୍ୱାରା ସେହି ଅଞ୍ଚଳରେ ଧାନ ଚାଷ ସମେତ ଅନ୍ୟାନ୍ୟ ଫସଲ ପାଣିରେ ସଂପୂର୍ଣ୍ଣ ବୁଡିଯାଇ ନଷ୍ଟ ହୋଇଯିବ । ଏହି ପ୍ରକଳ୍ପ ନିର୍ମାଣ ପୂର୍ବରୁ ସ୍ଥାନୀୟ ଚାଷୀ କିମ୍ବା ଜନସାଧାରଣଙ୍କର ମତାମତ ନିଆନଯାଇ ବେଆଇନ ଭାବେ ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯାଇଥିବା ଚାଷୀମାନେ କହିଛନ୍ତି । ଏହା ଫଳରେ ସେ ଅଞ୍ଚଳର ଚାଷୀ, ଜମିମାଲିକ ଓ ଜନସାଧାରଣ ଗୁରୁତର ଭାବେ ଆର୍ଥିକ କ୍ଷତିଗ୍ରସ୍ତ ହୋଇଥିବା ବେଳେ ଭବିଷ୍ୟତରେ ବହୁ ଅସୁବିଧା ଓ ସମସ୍ୟାର ସମ୍ମୁଖୀନ ହେବେ ବୋଲି ଅଭିଯୋଗ ହୋଇଛି । ଏଣୁ ଏହି ସମସ୍ୟାର ସ୍ଥାୟୀ ପ୍ରତିକାର ବ୍ୟବସ୍ଥା ସୂରୁପ ପାଟନାଳୀର ସ୍ଥିତାବସ୍ଥା ବଜାୟ ରଖାଯାଇ ପୂର୍ବଭଳି ଜଲ ନିଷ୍କାନ ପଥକୁ ଅବରୋଧ ମୁକ୍ତ କରାଯିବାକୁ ପୂର୍ବତନ ନଗରପାଳ ଧିରେନ ସାହୁ, ଚକ୍ରଧର ଦାସ, ପ୍ରଦିପ କୁମାର ଦାସ, ଚନ୍ଦ୍ରକାନ୍ତ ସାହୁ, ସୁରେନ୍ଦ୍ର ନାଥ ଦାସ, କାହ୍ନୁ ଚରଣ ଦାସ, ମୋହନ ଚରଣ ଦାସ, ଆଇନଜୀବୀ ସେକ ସଲାଉଦ୍ଦିନ, ସୈାମେନ୍ଦ୍ର କୁମାର ପୃଷ୍ଟି, ବିଭୁତି ଭୂଷଣ ସ୍ୱାଇଁ, ଜିତେନ୍ଦ୍ର କୁମାର ଦାସ, ନିତ୍ୟାନନ୍ଦ ବେହେରା, ପ୍ରଭାତ କୁମାର ଦାସ ପ୍ରମୁଖ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରି ନିବେଦନ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ