ପାଟପୁରା ଓ ପୋଡାମାରୀରେ ସ୍ଵତନ୍ତ୍ର ସଚେତନା ଶିବିର ଆୟୋଜନ

ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ):ସାନଖେମୁଣ୍ଡି ବ୍ଲକରେ ଥିବା ଯକ୍ଷ୍ମା ରୋଗୀଙ୍କୁ ପୋଷ୍ୟ ଗ୍ରହଣ କରି ସେମାନଙ୍କୁ ଆନୁଷଙ୍ଗିକ ବିଧିବଦ୍ଧ ପୋଷଣ ଯୋଗାଣ ସହ ରୋଗୀ ସେବାରେ ନିୟୋଜିତ ହୋଇଥିବା ଧର୍ମରାୟପୁରର ଶୁଭକାମନା ଚାରିଟେବଲ ଟ୍ରଷ୍ଟ ପକ୍ଷରୁ ଚଳିତ ମାସର ଯକ୍ଷ୍ମାରୋଗୀଙ୍କ ପାଇଁ ଉଦ୍ଧିଷ୍ଟ ପୃଷ୍ଟିକର ପୋଷଣ ଖାଦ୍ୟ ବଣ୍ଟନ କରାଯାଇଛି। ସେବାନୁଷ୍ଠାନ ପକ୍ଷରୁ ଚଳିତ ମାସର ବିଧିବଦ୍ଧ ବଣ୍ଟନ ବ୍ୟବସ୍ଥାକୁ ତିନି ଦଫାରେ ବଣ୍ଟନ କରିବା ଲକ୍ଷ୍ୟରେ ସାନଖେମୁଣ୍ଡି ବ୍ଲକର ତିନିଗୋଟି ସ୍ଥାନରେ ଆଡପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ସହାୟତାରେ ଯକ୍ଷ୍ମା ରୋଗ ନିରାକରଣ ଜନିତ ସଚେତନତା ଶିବିର ଆୟୋଜନ ଭିତ୍ତିରେ ପୋଷଣ ଖାଦ୍ୟ ବଣ୍ଟନ କରାଯାଇଥିବା ଦେଖିବାକୁ ମିଳିଛି। ଶୁଭକାମନା ଚାରିଟେବଲ ଟ୍ରଷ୍ଟ ଅଧ୍ୟକ୍ଷ ମନୋଜ କୁମାର ରଥଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଚଳିତ ମାସ ୧୨ ତାରିଖରେ ପାଟପୁର ଗନ୍ଧିଛକ ସ୍ଥିତ ମହାଲକ୍ଷ୍ମୀ ମନ୍ଦିର ପ୍ରାଙ୍ଗଣରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନରେ ଗୌତମୀ , କଳରାପଦର , ସାହସପୁର ,ଚୁଦଙ୍ଗପୁର , ପାଟପୁର , ଜିଉରା , ରାଧାଦେଇପୂର୍ , ଗଙ୍ଗାପୁର ଆଦି ପଞ୍ଚାୟତର ପଞ୍ଜୀକୃତ ଯକ୍ଷ୍ମା ରୋଗୀଙ୍କୁ ଏକତ୍ର କରି ସଚେତନା ସଭାରେ ପୋଷଣ ବଣ୍ଟନ କରିଥିବା ବେଳେ ଆଜି ପୋଡାମାରୀ ଗ୍ରାମର ଗ୍ରାମଦେବତୀ ମନ୍ଦିର ପ୍ରାଙ୍ଗଣରେ ଏକ ସ୍ଵତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ ସହ ଟି, ଗୋବିନ୍ଦପୁର , ପଟିଗୁଡ଼ା, ପଦ୍ମପୁର , ଛଣମେରୀ , କଂସାମାରୀ, ସିଙ୍ଗିପୁର ଆଦି ପଞ୍ଚାୟତର ଯକ୍ଷ୍ମାରୋଗୀଙ୍କୁ ଉଦ୍ଧିଷ୍ଟ ପୋଷଣ ଖାଦ୍ୟ ବଣ୍ଟନ କରିଛି। ଆୟୋଜିତ ଏହି ସଚେତନତା ଶିବିରରେ ଅଞ୍ଚଳର ବୁଦ୍ଧିଜୀବୀ ଜନସାଧାରଣ ସହ ପୂର୍ବତନ ବ୍ଲକ ଅଧ୍ୟକ୍ଷ ଅନ୍ତର୍ଯ୍ୟାମୀ ସ୍ୱାଇଁ , ପାଟପୁର ମହାଲକ୍ଷ୍ମୀ ମନ୍ଦିର ପରିଚାଳନା କମିଟି ସଭାପତି ଅଶୋକ କୁମାର ବେହରା , ସମ୍ମାନିତ ଅତିଥି ଭାବେ ପାଟପୁର ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ ଡା, ସୁବ୍ରତ କୁମାର ଦେଓ, ସୁନିଲ କୁମାର ମିଶ୍ର , ସରୋଜ କୁମାର ମଲ୍ଲିକ ,ପୋଡାମାରୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ ଡା, ମିରାବାଇ ପଣ୍ଡା , ଡା, ଏସ ଏନ ସାହୁ , ଡା, କ୍ଷଣପ୍ରଭା ସାହୁ , ଜନସ୍ୱାସ୍ଥ୍ୟ ଶିକ୍ଷା ଅଧିକାରୀ ଜୟନ୍ତୀ ଦାସ , ସେକ୍ଟର ପରିଦର୍ଶକ ପ୍ରଦୀପ ପଟ୍ଟନାୟକ ଏବଂ ସନ୍ନ୍ୟାସୀ ବେହେରା କାର୍ଯ୍ୟକ୍ରମ ସମ୍ପାଦନା କରିଥିଲେ । ଆଡପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପକ୍ଷରୁ ବରିଷ୍ଠ ଯକ୍ଷ୍ମାରୋଗ ନିରୀକ୍ଷକ ଶିବ ଶଙ୍କର ଦାଶ ବିଭାଗୀୟ କାର୍ଯ୍ୟ ସମ୍ପାଦନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ