ପାଟପୁର ଗ୍ରାମୀଣ ଡାକସେବକଙ୍କ ଧର୍ମଘଟ
ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ):ଗ୍ରାମୀଣ ଡାକ ସେବକମାନଙ୍କ ହକ ସାବ୍ୟସ୍ତ ପାଇଁ ଦେଶ ବ୍ୟାପୀ ଧର୍ମଘଟ ଚାଲିଥିବା ବେଳେ ମିଳିତ କ୍ରିୟାନୁଷ୍ଠାନ କମିଟି, ଗ୍ରାମୀଣ ଡାକ ସେବକ ସଂଘ , ଆସିକା ମଣ୍ଡଳ, ଓଡିଶା ପରିମଣ୍ଡଳର ଆହ୍ବାନ କ୍ରମେ ହିଞ୍ଜିଳକାଟୁ ସବ୍ ଡିଭିଜନ ଅଧିନସ୍ଥ ପାଟପୁର ସବ୍ ପୋଷ୍ଟ ଅଫିସ ଅନ୍ତର୍ଗତ ୭ଟି ବ୍ରାଞ୍ଚ ପୋଷ୍ଟ ଅଫିସ ର ଗ୍ରାମୀଣ ଡ଼ାକ ସେବକ ମାନଙ୍କର ଧର୍ମଘଟ ଜାରି ରଖିଛନ୍ତି । ଏହି ପରିପ୍ରେକ୍ଷୀରେ ପାଟପୁର ଉପ ଡାକ ମଣ୍ଡଳରେ ଡାକସେବକ ସମୂହ ଚିରଞ୍ଜିତ ସାହୁ,ଧ୍ରୁବ ଚରଣ ପ୍ରଧାନ, କେ, ପଦ୍ମନାଭ ଦୋରା,ପ୍ରଭାକର ପଣ୍ଡା,ବିଜୟ କୁମାର ସାବତ ,ନୀଳାଚଳ ସାହୁ,ଘନଶ୍ୟାମ ସାହୁ,ସରୋଜ କୁମାର ବେହେରା, ଜଗନ୍ନାଥ ବେହେରା,ସୋନାଲି ମହାରଣା,ଇପ୍ସିତା ପଟ୍ଟନାୟକ,ସଂଜିସ୍ପିତା ପାଣିଗ୍ରାହୀ, ସୁମନ ମଣ୍ଡଳ,ସନ୍ତୋଷ କୁମାର ଜେନା ପ୍ରମୁଖ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଧାରଣାରେ ବସିଛନ୍ତି । ଡାକ ସେବକଙ୍କୁ ସିଭ ସର୍ଭିସ ମାନ୍ୟତା ପ୍ରଦାନ କରିବା , ଦୈନିକ ଆଠଘଣ୍ଟା କାର୍ଯ୍ୟ ଧାର୍ଯ୍ୟ କରିବା , ନିୟମିତ କର୍ମଚାରୀ ଭଳି କର୍ମଚାରୀଙ୍କୁ ପଦୋନ୍ନତି ପ୍ରଦାନ କରିବା , ଅବସର ପରେ ପେନସନ ବ୍ୟବସ୍ଥା କରିବା , ସମାନ କାମକୁ ସମାନ ଦରମା ଦେବା , ଟାର୍ଗେଟ ପୂରଣ ନାଁରେ ମାନସିକ ନିର୍ଯାତନା ବନ୍ଦ କରିବା ଭଳି ୧୦ ଦଫା ଦାବି ପୂରଣ ପର୍ଯ୍ୟନ୍ତ ସେମାନଙ୍କ ଧାରଣା ଜାରି ରହିବ ବୋଲି ଡାକ ସେବକଙ୍କ ପକ୍ଷରୁ ପ୍ରତିକ୍ରିୟା ପ୍ରକାଶ ପାଇଛି।