ପାଟପୁର ଥାନା ଆମ ପୋଲିସ ସମିତି ପକ୍ଷରୁ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର

ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ) :-ରକ୍ତଦାନ ମହାପୂଣ୍ୟ ରକ୍ତ ଅଭାବରୁ କେହି ମଧ୍ୟ ମୃତୁ ମୁଖରେ ପଡିବେ ନାହିଁ । ରକ୍ତ ଦାନ ଏକ ମହତ୍ତ୍ୱପୂର୍ଣ୍ଣ ସେବା । ରକ୍ତଭଣ୍ଡାର ରେ ରକ୍ତର ଅଭାବ ଦୂରୀକରଣ ଓ ରକ୍ତ ଅଭାବ ଜନିତ ମୃତ୍ୟୁକୁ ରୋକିବା ପ୍ରୟାସରେ ମଙ୍ଗଳବାର ଦିନ ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ପରିସରରେ ଆମ ପୋଲିସ ସମିତି ପକ୍ଷରୁ ଆୟୋଜିତ ରକ୍ତଦାନ ଶିବିର କାର୍ଯ୍ୟକ୍ରମରେ ରେକର୍ଡ ସଂଖ୍ୟକ ୪୬୨ ୟୁନିଟ ରକ୍ତ ସଂଗୃହୀତ ହୋଇଥିବା ଜଣାପଡିଛି । ପାଟପୁର ଥାନା ଅଧିକାରୀ ସବ୍ୟସାଚୀ ମଲ୍ଲଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନ ଏବଂ ସାନଖେମୁଣ୍ଡି ବ୍ଲକ ବିଭିନ୍ନ ପଞ୍ଚାୟତ ଜନସାଧାରଣ , ପ୍ରତିନିଧିଙ୍କ ସହଯୋଗ କ୍ରମେ ଅନୁଷ୍ଠିତ ମେଗା ରକ୍ତଦାନ ଶିବିରରେ ଗଞ୍ଜାମ ଆରକ୍ଷୀ ଅଧିକ୍ଷକ ବ୍ରିଜେଶ ରାଏ ସମେତ ଆସିକା ଏସଡିପିଓ ଉମାଶଙ୍କର ସିଂ, ଆସିକା ସାଂସଦ ପ୍ରମିଳା ବିଷୋୟୀ , ସାନଖେମୁଣ୍ଡି ପୂର୍ବତନ ବିଧାୟିକା ତଥା ବିଜେଡି ଉପଦେଷ୍ଟା ନନ୍ଦିନୀ ଦେବୀ , ସୋରଡ଼ା ଥାନା ଅଧିକାରୀ ରମେଶ କୁମାର ପ୍ରଧାନ , ଧରାକୋଟ ଥାନା ଅଧିକାରୀ ଉମାକାନ୍ତ ସାହୁ , ଶେରଗଡ଼ ଥାନା ଅଧିକାରୀ ମନୋଜ କୁମାର ପ୍ରଧାନ , ବଡଗଡ ଥାନା ଅଧିକାରୀ ସୁରଜ କୁମାର ଝଙ୍କାର ଆମ ପୋଲିସ ସମିତି ଉପଦେଷ୍ଟା ଡ . କୈଳାସ ଚନ୍ଦ୍ର ସ୍ୱାଇଁ , ଜିଲ୍ଲା ସାଧାରଣ ସମ୍ପାଦକ ଯୋଗେନ୍ଦ୍ର ସ୍ୱାଇଁ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଅଞ୍ଜଳୀ ସ୍ୱାଇଁ , ବ୍ଲକ ଅଧ୍ୟକ୍ଷ ସିମାଞ୍ଚଳ ପାତ୍ର , ଉପାଧ୍ୟକ୍ଷା ରିଙ୍କି ନାୟକ , ଜିଲ୍ଲା ପରିଷଦ ବିଜୟ କୁମାର ପ୍ରଧାନ , ଅମିନ ପ୍ରଧାନ , ମାମାନି ପାତ୍ର , ସୁଲତାରାଣୀ ସ୍ବାଇଁ , ବିଜେଡି , ବ୍ଳକ ବିଜେଡି ସଭାପତି ନୀଳମାଧବ ରାଉତ, ଧୋବା ସ୍ୱାଇଁ, ସହଦେଵ ପ୍ରଧାନ, ପ୍ରମୁଖ ଉପସ୍ଥିତ ରହି ବିଭିନ୍ନ ପଞ୍ଚାୟତରୁ ଆସିଥିବା ଯୁବଗୋଷ୍ଠୀ ତଥା ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ । ଏଥିସହ ଯୁବପୀଢୀଙ୍କୁ ରକ୍ତଦାନର ମହତ୍ତ୍ଵ ସମ୍ପର୍କରେ ସଚେତନତା ର ଆବଶ୍ୟକ ରହିଛି ବୁଝାଇବା ଯୁବକ ମାନଙ୍କୁ ଏ କ୍ଷେତ୍ର ରେ ଆଗେଇଆସିବା ଦରକାର । ଏହି ଅବସରରେ ବ୍ରହ୍ମପୁର ଓ ଭଞ୍ଜନଗର ରକ୍ତଭଣ୍ଡାରରୁ ଆସିଥିବା କର୍ମକର୍ତ୍ତାଙ୍କ ସହାୟତାରେ ରେକର୍ଡ ସଂଖ୍ୟକ ଭାବେ ରକ୍ତ ସଂଗ୍ରହ କରାଯାଇଥିଲା । ଏଥିରେ ବ୍ରହ୍ମପୁର ରକ୍ତଭଣ୍ଡାର ପକ୍ଷରୁ ୨୬୧ ୟୁନିଟ ଏବଂ ଭଞ୍ଜନଗର ରକ୍ତଭଣ୍ଡାର ପକ୍ଷରୁ ୨୦୧ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା । ଯାହାକି ଗଞ୍ଜାମ ଜିଲ୍ଲାରେ ରକ୍ତଦାନରେ ପାଟପୁର ପୋଲିସ ଏକ ରେକର୍ଡ଼ ସୃଷ୍ଟି କରିଥିବା ଜଣାପଡିଛି । ଏଭଳି କାର୍ଯ୍ୟକ୍ରମରେ ବ୍ଳକ ବାସୀ ଓ ସମସ୍ତ ପଞ୍ଚାୟତର ନବ ନିର୍ବାଚିତ ସରପଞ୍ଚ , ସମିତି ସଭ୍ୟ , ରକ୍ତଦାତା ଏବଂ ଯୁବଗୋଷ୍ଠୀ ମାନେ ରହି ସହଯୋଗ ପ୍ରଦାନ କରିଥିବାରୁ ଥାନା ଅଧିକାରୀ ଶ୍ରୀ ମଲ୍ଲ ସମସ୍ତଙ୍କୁ ଧନ୍ୟବାଦ ଓ ଶୁଭକାମନା ଜ୍ଞାପନ ଜଣାଇଥିଲେ ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ