ସଂକୁଳ ସ୍ତରୀୟ ସାମୁହିକ ଆଚାର୍ଯ୍ୟ ପ୍ରଶିକ୍ଷଣ ଉଦ୍‌ଘାଟନ

ଛତ୍ରପୁର, (ଦେବଦତ୍ତ ମହାରଣା) :-ସ୍ଥାନୀୟ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ଛତ୍ରପୁର ସଂକୁଳ ସ୍ତରୀୟ ଆଚାର୍ଯ୍ୟ ପ୍ରଶିକ୍ଷଣର ଉଦ୍‌ଘାଟନ ଉତ୍ସବ ଅନୁଷ୍ଠିତ ହୋଇ ଯାଇଅଛି । ବି ଡି ପୁର କଲେଜର ଅବସରପ୍ରାପ୍ତ ଅଧ୍ୟକ୍ଷ ଡ ଶ୍ୟାମ ପ୍ରସାଦ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ କରି କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ। ସହଜିଲ୍ଲା ପ୍ରମୁଖ ବିପିନ ଚନ୍ଦ୍ର ପଟ୍ଟନାୟକ ସମ୍ମାନିତ ଅତିଥିଭାବରେ ଯୋଗଦେଇ ଥିଲେ। ଗଞ୍ଜାମ ଜିଲ୍ଲାର ବୌଦ୍ଧିକ ପ୍ରମୁଖ ସୁନୀଳ କୁମାର ଗୌଡ ଯୋଗ ଦେଇଥିଲେ । ପ୍ରଧାନାଚାର୍ଯ୍ୟ ରବୀନ୍ଦ୍ରନାଥ ଦାଶ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଅନୁଷ୍ଠାନର ସମ୍ପାଦକ ତଥା ହାଇକୋର୍ଟର ଅଧିବକ୍ତା ପଦ୍ମଚରଣ ସାହୁ କାର୍ଯ୍ୟକ୍ରମ ର ଅଧକ୍ଷତା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଗଞ୍ଜାମର ପ୍ରଧାନାଚାର୍ଯ୍ୟ ଆଦିତ୍ୟ ପ୍ରସାଦ ମହାପାତ୍ର, ଭଞ୍ଜବିହାରର ପ୍ରଧାନାଚାର୍ଯ୍ୟ ସନ୍ତୋଷ ମିଶ୍ର, ଗୋପାଳପୁରର ପ୍ରଧାନାଚାର୍ଯ୍ୟ ଚଣ୍ଡି ପ୍ରସାଦ ବେହେରା, ନରେନ୍ଦ୍ରପୁରର ପ୍ରଧାନାଚାର୍ଯ୍ୟ ତ୍ରିନାଥ ନାୟକ, ରମ୍ଭାର ପ୍ରଧାନାଚାର୍ଯ୍ୟ ଶ୍ରୀଧର ପ୍ରଧାନ ଯୋଗ ଦେଇଥିଲେ । ଏହି ସାମୁହିକ ଆଚାର୍ଯ୍ୟ ପ୍ରଶିକ୍ଷଣରେ ୬ଟି ବିଦ୍ୟାଳୟ ରୁ ୧୦୭ ଜଣ ଗୁରୁଜୀ ଗୁରୁମା ପ୍ରଶିକ୍ଷାର୍ଥୀ ଭାବରେ ଯୋଗଦେଇଥିଲେ । ସୂଚନା ଅନୁସାରେ ରାଷ୍ଟ୍ରୀୟ ଶିକ୍ଷା ନୀତି ଆଧାରରେ ଏହି କାର୍ଯ୍ୟକ୍ରମ ଆସନ୍ତା ତା30/06/22ରିଖ ପର୍ଯ୍ୟନ୍ତ ଦୀର୍ଘ ତିନି ଦିନ ଧରି ଚାଲିବ । ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର କୋଷାଧ୍ୟକ୍ଷ ଏ.ରାବଣା ରାଓଙ୍କ ସହିତ ପରିଚାଳନା ସମିତିର ସମସ୍ତ ସଦସ୍ୟ ସହଯୋଗ କରିଥିଲେ I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ