ପାଟପୁର ଥାନା ଆମ ପୋଲିସ ସମିତି ପକ୍ଷରୁ ସଚେତନତା ସଭା

ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ ) : ସାହସପୁର ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ପାଟପୁର ଥାନା ଆମ ପୋଲିସି ସମିତି ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ପାଟପୁର ଥାନା ଅଧିକାରୀ ସବ୍ୟସାଚୀ ମଲ୍ଲଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଚେତନତା କାର୍ଯ୍ୟକ୍ରମକୁ ସ୍ଥାନୀୟ ସମିତି ସଭ୍ୟ ପ୍ରତିନିଧି ଏ . କୈଳାସ ପାତ୍ର ଯୋଗ ଦେଇ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ସାହାସପୂର୍ ସରପଞ୍ଚ ସୁଶାନ୍ତ ସେଠୀ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ଚୁଡଙ୍ଗପୁର ସମିତି ସଭ୍ୟ ପ୍ରତିନିଧି ଶ୍ଯାମଘନ ପାତ୍ର , ଟି. ଗୋବିନ୍ଦପୁର ସରପଞ୍ଚ ପ୍ରତିନିଧି ମଙ୍ଗଳା ଗମାଙ୍ଗ ସମେତ ପଞ୍ଚାୟତର ସମସ୍ତ ୱାର୍ଡ ମେମ୍ବର ଏବଂ ଗ୍ରାମ୍ୟ କମିଟି ମେମ୍ବର ଯୋଗଦେଇ କିଭଳି ସାଧାରଣ ଜନତା ଓ ପୋଲିସ ପ୍ରଶାସନ ମଧ୍ୟରେ ଉତ୍ତମ ସୁସମ୍ପର୍କ ସହଯୋଗ ସ୍ଥାପନା କରିହେବ ଏବଂ ସମସ୍ତଙ୍କ ମଧ୍ୟରେ ଭାବ ଭାଇଚାରା ସୃଷ୍ଟି ହୋଇପାରିବ ଆଲୋଚନା କରିଥିଲେ । ଏଥିସହ ଆଗାମୀ ଦିନରେ ପାଟପୁର ଥାନା ଅଞ୍ଚଳରୁ ବେଆଇନ ମଦ କାରବାର, ଗଞ୍ଜେଇ ଚୋରାଚାଲାଣ, ବାଲ୍ୟବିବାହ ବନ୍ଦ, ଟ୍ରାଫିକ ଉଲଂଘନ କାରୀ ଯୁବକ, ମଦ୍ୟପାନ କରି ଗାଡ଼ି ଚଳାଉଥିବା ଯୁବକ ଉପରେ ନଜର ରଖାଯିବ ବୋଲି ପୋଲିସ ପକ୍ଷରୁ ପ୍ରତିଶ୍ରୁତି ଦିଆଯାଇଛି । ତେବେ ଦ୍ରୁତ ଗତିରେ ଗାଡି ନ ଚଳାଇବା, ଗାଡ଼ି ଚଳାଇବା ସମୟରେ ମୋବାଇଲ ବ୍ୟବହାର ନ କରିବା, ମଦ୍ୟପାନ କରି ଗାଡ଼ି ନ ଚଳାଇବା ପାଇଁ, ସାଇବର ଠକେଇ ଠାରୁ ଦୂୂରେ ରହିବା, ନିଶାଦ୍ରବ୍ୟ ବର୍ଜନ, ଗ୍ରାମ୍ୟ ପରିବେଶକୁ ସଫାସୁତୁରା ରଖିବା, ପ୍ରଶାସନକୁ ସହଯୋଗ କରିବା ପାଇଁ ଉପସ୍ଥିତ ଜନସାଧାରଣଙ୍କୁ ସଚେତନ କରାଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ