ପାଟପୁର ଶ୍ରେଷ୍ଠ ଥାନା ଘୋଷଣା ପରେ ଗଞ୍ଜାମ ଏସପିଙ୍କ ସାମ୍ବାଦିକ ସମ୍ମିଳନୀ

ସାନଖେମୁଣ୍ଡି,(ପଦ୍ମଲୋଚନ ପାଣିଗ୍ରାହୀ): କେନ୍ଦ୍ର ଗୃହ ମନ୍ତ୍ରାଳୟ ଦ୍ଵାରା ଦେଶର ଶ୍ରେଷ୍ଠ ତିନୋଟି ଥାନାରୁ ଓଡ଼ିଶାର ଗଞ୍ଜାମ ପୋଲିସ ଜିଲ୍ଲା ପାଟପୁର ଥାନାକୁ ସାମିଲ କରାଯାଇଥିବା ନେଇ ଆଜି ପାଟପୁର ଥାନା ପରିସରରେ ସାମ୍ବାଦିକ ସମ୍ମିଳନୀ କରି ଉଭୟ ରାଜ୍ୟ ପୋଲିସ ଏବଂ କେନ୍ଦ୍ର ଗୃହ ମନ୍ତ୍ରାଳୟକୁ ସାଧୁବାଦ ଜଣାଇଛନ୍ତି ଗଞ୍ଜାମ ଆରକ୍ଷୀ ଅଧିକ୍ଷକ ଶୁଭେନ୍ଦୁ ପାତ୍ର । ଆଜି ଅପରାହ୍ନରେ ପାଟପୁର ଥାନା ପକ୍ଷରୁ ଆୟୋଜିତ ସ୍ବତନ୍ତ୍ର ପ୍ରେସ୍‌ମିଟ ରେ ଆସିକା ଉପଖଣ୍ଡ ପୋଲିସ ଅଧିକାରୀ ସଞ୍ଜୟ କୁମାର ମହାପାତ୍ର, ନବ ଅବସ୍ଥାପିତ ଥାନା ଅଧିକାରୀ ସବ୍ୟସାଚୀ ମଲ୍ଲ, ମହିଳା ଡେସ୍କ ଅଧିକାରୀ ସୁଭଲକ୍ଷ୍ମୀ କହଁରଙ୍କ ସହ ସମସ୍ତ ପୋଲିସ ଅଧିକାରୀ ଏବଂ କର୍ମଚାରୀଙ୍କ ଗହଣରେ ଆରକ୍ଷୀ ଅଧିକ୍ଷକ ପାତ୍ର ଏଥି ନେଇ ସ୍ଥାନୀୟ ଜନସାଧାରଣ,ଜନ ପ୍ରତିନିଧିଙ୍କ ସହ ବୁଦ୍ଧିଜୀବୀ ମଣ୍ଡଳୀଙ୍କୁ ଏହାର ଶ୍ରେୟତା ପ୍ରଦାନ କରିଛନ୍ତି । ସୂଚନା ପ୍ରକାରେ କେନ୍ଦ୍ର ଗୃହ ମନ୍ତ୍ରାଳୟ ଦ୍ବାରା ତଦନ୍ତରେ ଉତ୍କର୍ଷତା, ଅପରାଧୀ ଗତିବିଧି ନିୟନ୍ତ୍ରଣ, ଥାନା ଅଞ୍ଚଳବାସୀଙ୍କ ଥାନାର କାର୍ଯ୍ୟ ଶୈଳୀରେ ସନ୍ତୁଷ୍ଟି ଆଧାରକୁ ନେଇ କେନ୍ଦ୍ରୀୟ ସର୍ବେକ୍ଷଣ ପ୍ରକାରେ ପୂର୍ବ ସମୟରେ ଗଞ୍ଜାମ ପୋଲିସ ଜିଲ୍ଲାର ଗାଙ୍ଗପୁରର ଏବଂ ଆସିକା ଥାନା ଏହି ବର୍ଗରେ ଆସି ପୁରସ୍କୃତ ହୋଇଥିଲା । ଚଳିତ ୨୩ -୨୪ ମସିହା ପାଇଁ ଏହି ପୋଲିସ ଜିଲ୍ଲାର ଧରାକୋଟ ଏବଂ ପାଟପୁର ଥାନା ଏହି ଚୟନ ପ୍ରକ୍ରିୟାରେ ସାମିଲ ହୋଇଥିଲା ବେଳେ ପାଟପୁର ଥାନାର ଚୟନ ପ୍ରକ୍ରିୟା ମାନଦଣ୍ଡର ଉତ୍କର୍ଷତା ନେଇ ଏହି ବର୍ଗରେ ପୁରସ୍କୃତ ହୋଇଥିବା ନେଇ ଏସ ପି ଶ୍ରୀ ପାତ୍ର ସୂଚନା ଦେଇଛନ୍ତି । ଅନ୍ୟ କ୍ରମରେ ପାଟପୁର ଥାନାକୁ ଏହି ସ୍ଥିତିରେ ପହଞ୍ଚାଇବାରେ ଥାନାରେ ସମ୍ପ୍ରତି ପୁନଃ ଅବସ୍ଥାପିତ ହୋଇଥିବା ଥାନା ଅଧିକାରୀ ସବ୍ୟସାଚୀ ମଲ୍ଲ ,ଅବସର ନେଇଥିବା ଆଇଆଇସି ଅଜୟ ସ୍ବାଇଁଙ୍କ ସମେତ ସାନଖେମୁଣ୍ଡି ବିଡ଼ିଓ ଜିତେନ୍ଦ୍ର କୁମାର ମିଶ୍ରଙ୍କ ପ୍ରଶାସନିକ ଭୂମିକା ଏବଂ ସାନଖେମୁଣ୍ଡି ବିଧାୟକ ରମେଶ ଚନ୍ଦ୍ର ଜେନାଙ୍କ ଉତ୍ସର୍ଗୀକୃତ ଜନସେବା ମନୋଭାବାକୁ ନେଇ ବିଭିନ୍ନ ସ୍ତରରୁ ଅଭିନନ୍ଦନର ସୁଅ ଛୁଟିଥିବା ଜଣାପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ