ପାଟଯାତ୍ରାରେ ୫ ହଜାରରୁ ଉର୍ଦ୍ଧ୍ୱ ଭକ୍ତଙ୍କ ସମାଗମ
ରାଇରଂଗପୁର,(ଯୁଗାବ୍ଦ ନ୍ୟୁଜ୍): କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଲଡୁଗାଁ ପଂଚାୟତ ସୁପାଡ ଗ୍ରାମ ଠାରେ ପାଟ ଯାତ୍ରା ଦୁଇ ଦିନ ଧରି ଅନୁଷ୍ଠିତ ହୋଇଯାଇଛି । ଏହି ଯାତ୍ରା ପ୍ରତି ୨୩ ବର୍ଷକୁ ଥରେ କାଉଡୋଲିଆ ମାଝି ପରିବାର ବଂଶ ରୁ ତାଙ୍କର ପାରମ୍ପରିକ ରିତିନୀତି ଅନୁଯାୟୀ ପାଳନ କରାଯାଉଛି । ଏହି ଯାତ୍ରା ରେ ଆଦିବାସୀ ମାନେ ନିଜର ଧନୁ ତୀର ଆଦି ଅସ୍ତ୍ରଶସ୍ତ୍ର ଧରି ସଜ୍ଜିତ ହୋଇ ଗ୍ରାମ ପରିକ୍ରମା କରିବା ସହ ଏକ ବିରାଟ ପଟୁଆରରେ ବାହାରିବା ଭୈରବ ଦେବଙ୍କ ମନ୍ଦିର ନିକଟରେ ପହଞ୍ଚି ପାଟଖଣ୍ଡା ଆଦି ରଖି ମାଙ୍କୁ ପୂଜାର୍ଚ୍ଚନା କରାଯାଇଥିଲା । ଶେଷରେ କାଳିସି ମାନେ ନୃତ୍ୟ ପରିବେଶଣ କରିଥାନ୍ତି । ପୂର୍ବ ପୁରୁଷରୁ ଏହି ଯାତ୍ରାରେ ୬୫ ଗ୍ରାମର ବଂଶିୟ ପରିବାର ଯୋଗ ଦେବାର କାର୍ଯ୍ୟକ୍ରମ ରହିଥିବା ବେଳେ ଏହି ପର୍ବ କୁ ଦେଖିବା ନିମନ୍ତେ ନବରଙ୍ଗପୁର,କୋରାପୁଟ ଆଦି ବିଭିନ୍ନ ସ୍ଥାନରୁ ଲୋକଙ୍କ ଭିଡ ପରିଲକ୍ଷିତ ହୋଇଥିଲା ।