ପାଟଳଦା ଉଚ୍ଚବିଦ୍ୟାଳୟ ରେ ବନମହୋତ୍ସବ ପାଳିତ
ନିମାପଡ଼ା, (ସନ୍ତୋଷ ଦାଶ) :-ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ର ପାଟଳଦା ଉଚ୍ଚବିଦ୍ୟାଳୟ ରେ ଅସ୍ତରଙ୍ଗ ବନାଞ୍ଚଳ ପକ୍ଷରୁ ୭୩ତମ ବନମହୋତ୍ସବ ପାଳନ କରାଯାଇଛି । ମୁଖ୍ୟ ଅତିଥି ଭାବେ ପରିବେଶବିତ ଶୋଭାକର ବେହେରା ଯୋଗଦେଇ ବିଦ୍ୟାଳୟ ପରିସରରେ ବୃକ୍ଷରୋପଣ କରିଥିଲେ । ଅନ୍ୟତମ ଅତିଥି ଭାବେ ଅସ୍ତରଙ୍ଗ ବନାଞ୍ଚଳ ବନପାଳ ସ୍ଵପ୍ନେଶ୍ଵର ଜାଲ ଓ ବିଦ୍ୟାଳୟ ପ୍ରଧାନଶିକ୍ଷକ ପୀତବାସ ପ୍ରଧାନ ଯୋଗ ଦେଇ ଛାତ୍ର, ଛାତ୍ରୀଙ୍କୁ ବୃକ୍ଷରୋପଣ କରିବା ପାଇଁ ଉତ୍ସାହିତ କରିଥିଲେ। ଯୁବ ସାମ୍ବାଦିକ ଆର୍ଯ୍ୟ ବିଶ୍ୱାଳ ବୃକ୍ଷରୋପଣ କରି ପ୍ରତି ଗଛର ସୁରକ୍ଷା ଦାୟିତ୍ୱ ନେବା ପାଇଁ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଥିଲେ । ଗଛ ବଡ଼ ହେବା ପର୍ଯ୍ୟନ୍ତ ତଦାରଖ କରିବାକୁ ପ୍ରଧାନଶିକ୍ଷକ, ଛାତ୍ରଛାତ୍ରୀ ଙ୍କୁ ଅତିଥି ମାନେ ଉପଦେଶ ଦେଇଥିଲେ । ପ୍ରଧାନଶିକ୍ଷକ ପୀତବାସ ପ୍ରଧାନ ଙ୍କ ପରିଚାଳନା ରେ ବିଦ୍ୟାଳୟ ପରିସରରେ ବନମହୋତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମ ରେ ସ୍ଥାନୀୟ ବୁଦ୍ଧିଜୀବୀ ଓ ବରିଷ୍ଟ ସାମ୍ବାଦିକ ଆର୍ତ୍ତତ୍ରାଣ ମହାନ୍ତି, ବିଜୟ ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।


