ପାଟଳିପଙ୍କ ପଞ୍ଚାୟତରେ ଯୁବନେତା ନିର୍ମଳଙ୍କୁ ନେଇ ଚର୍ଚ୍ଚା

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) : ତ୍ରୀସ୍ତରୀୟ ନିର୍ବାଚନ ପାଖେଇ ଆସୁଥିବା ବେଳେ ଅନେକ ନୂଆ ଚେହେରା ସାମ୍ନାକୁ ଆସୁଥିବାର ଦେଖିବାକୁ ମିଳୁଛି । ସାଧାରଣ ଜନତାଙ୍କ କାମ କରିବା ପାଇଁ ଅନେକ ଯୁବକ ରାଜନୀତି କ୍ଷେତ୍ରକୁ ଆଗେଇ ଆସୁଥିବା ବେଳେ ସେଥି ମଧ୍ୟରୁ ଜଣେ ଯୁବ ଚେହେରା ତୃଣମୂଳ ସ୍ତରରୁ ବିଜୁ ଜନତା ଦଳର କର୍ମୀ ଭାବରେ ପୂର୍ବରୁ କାର୍ଯ୍ୟ କରି ଆସୁଛନ୍ତି । ଏଥିସହିତ ସେ ଅନୁସୂଚିତ ଜାତି ସାମ୍ମୁଖ୍ୟର ଜଣେ ଦକ୍ଷ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଅଛନ୍ତି । ଏବେ କେନ୍ଦ୍ରାପଡା ଜିଲ୍ଲାର ମହାକାଳପଡା ବ୍ଲକ ଅନ୍ତର୍ଗତ ପାଟଳିପଙ୍କ ଗ୍ରାମପଞ୍ଚାୟତରେ ଯୁବ ନେତା ଆଇନଜୀବି ନିର୍ମଳ କୁମାର ମଲ୍ଲିକଙ୍କୁ ନେଇ ଚର୍ଚ୍ଚା ଚାଲିଛି । କାରଣ ସେ ସରଳ, ସ୍ନେହୀ ତଥା ମେଳାପି ହୋଇ ଯୁବ, ଛାତ୍ର ଓ ବୟସ୍କ ପର୍ଯ୍ୟନ୍ତ ସମସ୍ତଙ୍କ ସହ ମିଶି ବନ୍ଧୁତା କରିବାରେ ଓସ୍ତାଦ । ଅନେକ କ୍ଷେତ୍ରରେ ଯୁବକମାନଙ୍କୁ ପ୍ରାଧାନ୍ୟ ମିଳୁଥିବାରୁ ଲୋକମାନେ ମଧ୍ୟ ଯୁବ ଚେହେରା ପ୍ରତି ଆକର୍ଷିତ ହୋଇଥାନ୍ତି । ଆଗାମୀ ପଞ୍ଚାୟତ ନିର୍ବାଚନରେ ପାଟଳିପଙ୍କ ଗ୍ରାମପଞ୍ଚାୟତରୁ ସରପଞ୍ଚ ପ୍ରାର୍ଥି ଭାବେ ଲଢି ଲୋକଙ୍କ ସେବା କରିବାକୁ ମନ ବଳାଇଛନ୍ତି ନିର୍ମଳ । ସୁଯୋଗ ମିଳିଲେ ହୁଏତ ନିର୍ବାଚନ ମଇଦାନରେ ଲଢି ବାଜିମାତ କରିବାକୁ ଆଶା ରଖିଛନ୍ତି ସେ । ଏ ନେଇ ସେ କେତେଦୁର ସଫଳ ହେବେ ତାହା ସମୟ କହିବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ