ପାଟ୍ରୋଲିଂ କଡ଼ାକଡ଼ି କରିବାକୁ ଓ ଟ୍ରାଫିକ ସମସ୍ୟା ପ୍ରତି ଦୃଷ୍ଟି ଦେବାକୁ ନିର୍ଦ୍ଦେଶ
ନିମାପଡ଼ା, (ସନ୍ତୋଷ ଦାଶ):ନିମାପଡା ରେ ନୂତନ ଭାବେ ଯୋଗଦେଇଥିବା ଏସଡିପିଓ ପ୍ରଭାତ କୁମାର ମଲ୍ଲିକ ଆଜି ନୟାହାଟ ଫାଣ୍ଡି ପରିଦର୍ଶନ କରିଥିଲେ। ନୟାହାଟ ଅଞ୍ଚଳ ରେ ପୋଲିସ ପାଟ୍ରୋଲିଂ କୁ କଡ଼ାକଡ଼ି କରିବାକୁ ଓ ମୁଖ୍ୟବଜାର ରେ ବିଭିନ୍ନ ସମୟ ରେ ସୃଷ୍ଟି ହେଉଥିବା ଟ୍ରାଫିକ ସମସ୍ୟା ପ୍ରତି ଦୃଷ୍ଟି ଦେବାକୁ ଫାଣ୍ଡି ଅଧିକାରୀ କୁନାଲ କୁମାର ଙ୍କୁ ନିର୍ଦ୍ଦେଶ ପ୍ରଦାନ କରିଥିଲେ।ପୋଲିସ ପାଟ୍ରୋଲିଂ କଡ଼ାକଡ଼ି ହେଲେ ଛୋଟ ବଡ଼ ଚୋରି, ରାହାଜାନୀ କୁ ରୋକାଯାଇ ପାରିବାସହିତ ଏହି ଅଞ୍ଚଳ ରେ ଆଇନ ଶୃଙ୍ଖଳା ପରିସ୍ଥିତି ଠିକ୍ ରହିବ ବୋଲି ଶ୍ରୀ ମଲ୍ଲିକ ପ୍ରକାଶ କରିଥିଲେ। ପର୍ଯ୍ୟଟନ ରୁତ୍ତୁ ଆରମ୍ଭ ହୋଇଛି। ରାଜ୍ୟ ର ବିଭିନ୍ନ ଅଞ୍ଚଳ ରୁ ଯାତ୍ରୀ,ପର୍ଯ୍ୟଟକ ମାନେ ନୟାହାଟ ବାଟ ଦେଇ କାକଟପୁର, ଅସ୍ତରଙ୍ଗ, ପୁରୀ,ଜଗତସିଂହପୁର, ପାରାଦୀପ ଅଞ୍ଚଳ କୁ ଯାତାୟାତ କରିବେ। ନୟାହାଟ ବଜାର ରେ ଯେପରି ଟ୍ରାଫିକ ସମସ୍ୟା ସୃଷ୍ଟି ନ ହୁଏ ସେ ଦିଗରେ ଦୃଷ୍ଟି ଦେବାକୁ ଫାଣ୍ଡି ଅଧିକାରୀ ଙ୍କୁ ଏସ ଡି ପି ଓ ଶ୍ରୀ ମଲ୍ଲିକ ନିର୍ଦ୍ଦେଶ ପ୍ରଦାନ କରିଥିଲେ।ନୂତନ ଏସଡିପିଓ ଙ୍କୁ ଫାଣ୍ଡି ଅଧିକାରୀ ଓ ସମସ୍ତ କର୍ମଚାରୀ ପ୍ରଥମେ ସ୍ବାଗତ ସମ୍ବର୍ଦ୍ଧନା ଜଣାଇଥିଲେ।