ପାଠପଢା ସମୟରେ କାମ କରାଇଲେ ଶିକ୍ଷକ

ହାଟଡ଼ିହି,(ଯୁଗାବ୍ଦ ନ୍ୟୁଜ୍‌) : କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ମିଠିଗାଁ ଏମ.ଇ ସ୍କୁଲରେ ଶିକ୍ଷାଦାନ ଆଜି ଛାତ୍ର ମାନଙ୍କୁ ଘର କାମରେ ଲଗାଇବା ଭିଡିଓ ଭାଇରାଲ ହେବା ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି । ଖବର ଅନୁଯାଇ ସ୍କୁଲର କେତେକ କାନ୍ଥରେ ଏବେ ରଙ୍ଗ ଦିଆ ଚାଲିଛି । ଆଜି ଶନିବାର ସକକାଳ ୮ଟା ସମୟରେ ଛାତ୍ରମାନେ ସ୍କୁଲକୁ ଯିବାପରେ ପ୍ରଧାନ ଶିକ୍ଷକ ସ୍କୁଲ ଘର କାନ୍ଥ ମାନଙ୍କରେ ପାଣିଦେବାକୁ କହିଥିଲେ । ଫଳରେ ଛାତ୍ରମାନେ ପାଠ ପଢ଼ିବା ପରିବର୍ତ୍ତେ ସ୍କୁଲ କାନ୍ଥରେ ପାଣିଦେଇଥିଲେ । ଯାହାକି ଶ୍ରମିକମାନେ କରିବା କଥା । ଏହାକୁ ସ୍ଥାନୀୟ କିଛି ଲୋକ ଅସନ୍ତୋଷ ପ୍ରକାଶ କରି ଛାତ୍ରମାନେ କାନ୍ଥରେ ପାଣିଦେଉଥିବା ଦୃଶ୍ୟର ଭିଡିଓ ଚିତ୍ର ଉତ୍ତୋଳନ କରିଥିଲେ । ଏ ସମ୍ପର୍କରେ ପ୍ରଧାନ ଶିକ୍ଷକଙ୍କୁ ପଚାରିବାରେ ଆମେ ପାଣିଦେଉଥିଲୁ ଛାତ୍ରମାନେ ପାଖରେ ଠିଆ ହୋଇଥିଲେ ବୋଲି ସଫେଇ ଦେଇଛନ୍ତି । କିନ୍ତୁ ଛାତ୍ରମାନଙ୍କୁ ବିଦ୍ୟାଳୟରେ ଶ୍ରମିକ ଭାବେ ଖଟାଇବା କେତେଦୁର ଯଥାର୍ଥ ତାହାର ତଦନ୍ତ କରାଯାଇ ସଂପୃକ୍ତ ଶିକ୍ଷକଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ହେବା ଆବଶ୍ୟକବୋଲି ଅଭିଭାବକ ମହଲରେ ଦାବି ହେଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ