ପାଡୁଆ ସରକାରୀ ଉଚ୍ଚ ବିଦ୍ୟାଳୟରେ ବାର୍ଷିକ ଉତ୍ସବ
କୋରାପୁଟ, (ହେମନ୍ତ ପାଣଗ୍ରାହୀ) : କୋରାପୁଟ ଜିଲ୍ଲା ନନ୍ଦପୁର ବ୍ଲକ ଅନ୍ତର୍ଗତ ପାଡୁଆ ସରକାରୀ ଉଚ୍ଚ ବିଦ୍ୟାଳୟ ରେ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଶାନ୍ତ କୁମାର ମହାନ୍ତି ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ଉତ୍ସବ ରେ ମୁଖ୍ୟ ଅତିଥି ଭାବେ କଂଗ୍ରେସ ବିଧାୟକ ଦଳ ନେତା ତଥା ପଟାଙ୍ଗୀ ବିଧାୟକ ରାମ ଚନ୍ଦ୍ର କାଡ଼ାମ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କାର୍ଯ୍ୟକ୍ରମ କୁ ଉଦ୍ଘାଟନ କରିବା ସହ ତାଙ୍କ ଭାଷଣରେ କହିଥିଲେ ଯେ ସମୟ ସହିତ ତାଳ ଦେଇ ଆଗକୁ ବଡିବା କୁ ଛାତ୍ର ଛାତ୍ରୀ ଙ୍କୁ ସରକାର ଛାତ୍ର, ଛାତ୍ରୀ ମାନଙ୍କ ପାଠ ପଡ଼ା କୁ ଆଧୁନୀକରଣ କରିଛନ୍ତି ସ୍ମାର୍ଟ କ୍ଲାସ, ସ୍ମାର୍ଟ ରୁମ୍, ସ୍ମାର୍ଟ ପାଠ ପଡ଼ା ତ୍ ସ୍ମାର୍ଟ ଛାତ୍ର, ଛାତ୍ରୀ ହେବା କୁ ଚେଷ୍ଠା କର ବୋଲି କହିଥିଲେ l ମୁଖ୍ୟ ବକ୍ତା ଭାବେ ତହସିଲଦାର ପ୍ରଭାତୀ ଝୋଡିଆ,ସମ୍ମାନିତ ଅତିଥି ଭାବେ ନନ୍ଦପୁର ବିଡ଼ିଓ ଦୁର୍ଗା ପ୍ରସାଦ ଦୋରା, ବ୍ଲକ ଶିକ୍ଷାଧିକାରୀ ଭବାନୀ ନନ୍ଦନ ପଟ୍ଟନାୟକ, କୁଲା ବିର ସରପଂଚ ସଇତା ସମେଲି, ଏ ବି ଓ ମମତାଜ ଗମାଙ୍ଗ , ନନ୍ଦପୁର ସରକାରୀ ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟତ୍ରୀ ଅଞ୍ଜୁଲତା ଗରଡ଼ା, ନନ୍ଦପୁର ବ୍ଲକ ସାଂସଦ ପ୍ରତିନିଧି ଗୋପାଳ ମାଟାମ , ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଘେନୂ ଖରା ପ୍ରମୁଖ ଙ୍କ ସହ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇଥିଲେ l ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟିତ୍ରୀ ଗୌରୀ ମଣି ଦାସ ବାର୍ଷିକ ବିବରଣୀ ପାଠ କରିଥିଲେ। ବିଦ୍ୟାଳୟ ଦ୍ଵାରା ଆୟୋଜିତ ବିଭିନ୍ନ ପ୍ରତିଯୋଗିତା ରେ କୃତିତ୍ବ ଅର୍ଜ୍ଜନ କରିଥିବା ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା । ଏହି କାର୍ଯ୍ୟ କ୍ରମ ରେ ବିଦ୍ୟାଳୟ ର ସମସ୍ତ ଶିକ୍ଷକ,ଶିକ୍ଷୟତ୍ରୀ ଯୋଗ ଦେଇ ସମସ୍ତ କାର୍ଯ୍ୟ ରେ ସହଯୋଗ କରିଥିଲେ ।


