ପାଣିକୋଇଲି ବରିଷ୍ଠ ନାଗରିକ ମଞ୍ଚ ର ପ୍ରତିଷ୍ଠା ଦିବସ

ଯାଜପୁର, (ଓ୍ବାଇଏନ୍ଏସ୍):କୋରେଇ ବ୍ଲକ ପଥରପଦା ପ୍ରାଥମିକ ବିଦ୍ୟାଳୟ ପରିସରରେ ବରିଷ୍ଠ ନାଗରିକ ମଂଚ,ପାଣିକୋଇଲିର ଚତୁର୍ଥ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ମଂଚର ସଭାପତି ନୃସିଂହ ଚରଣ ଦଳାଇ ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ସାହିତ୍ୟିକ ତଥା ଶିକ୍ଷାବିତ ଡଃ ସୂର୍ଯ୍ୟମଣୀ ଖୁଂଟିଆ ଯୋଗ ଦେଇ ବାର୍ଦ୍ଦକ୍ୟର ଦୁଃଖକୁ ଲାଘବ ପାଇଁ କେତେକ ସରଳ ପନ୍ଥା ଆପଣେଇବାକୁ ପରାମର୍ଶ ଦେଇଥିଲେ । ବୟସ ବୃଦ୍ଧି ହେତୁ ନିଜକୁ ଅସହାୟ ବା ଅସମର୍ଥ ନ ଭାବିବାକୁ ପରାମର୍ଶ ଦେଇଥିଲେ । ମଂଚର ସାଧାରଣ ସଂପାଦକ ସୁରେନ୍ଦ୍ର କୁମାର ରାୟ ବିବରଣୀ ଉପସ୍ଥାପନ କରି ସଂଗଠନ
ନେଇଥିବା କେତେକ କାର୍ଯ୍ୟକ୍ରମ ସଂପର୍କରେ ଅବତାରଣା କରିଥିଲେ । ସଭ୍ୟ ଶତୃଘ୍ନ ନାୟକ ଅତିଥି ପରିଚୟ ସହିତ ସ୍ୱାଗତ ଭାଷଣ ଦେଇଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଉପଦେଷ୍ଟା ଅଦୈତ ଚନ୍ଦ୍ର ଦାସ,ରଘୁନାଥ ମାଝି,ଉପସଭାପତି ସତ୍ୟାନନ୍ଦ ମହାରଣା,ନାରାୟଣ ସାହୁ ପ୍ରମୁଖ ଆଲୋଚନାରେ ଭାଗ ନେଇଥିଲେ । ଦ୍ୱିତିୟାର୍ଦ୍ଧରେ ଖୋଲା ଅଧିବେଶନ ରେ ପୂର୍ବର କର୍ମକର୍ତା ମାନଙ୍କୁ ପରବର୍ତି ୩ ବର୍ଷ ପାଇଁ ସର୍ବସମ୍ମତି କ୍ରମେ ପୁନଃ ନିର୍ବାଚିତ କରାଗଲା । କାର୍ଯ୍ୟକ୍ରମକୁ ସରସ ସୁନ୍ଦର କରିବା ତଥା ଆପାୟନର ବ୍ୟବସ୍ଥା ଯୁଗ୍ମସଂପାଦକ ମଦନ ମୋହନ ବେହେରା,ଗୋଲଖ ପ୍ରସାଦ ସାହୁ ସମସ୍ତ ସହାୟତା ଯୋଗାଇ ଦେଇଥିଲେ ।ଅନ୍ୟ ମାନଙ୍କ ମଧ୍ୟରେ ଦୈତାରୀ ଜେନା,ପ୍ରହ୍ଲାଦ ଜେନା,ବୈଷ୍ଣବ ଚରଣ ସାହୁ,ସୁରେନ୍ଦ୍ର ସେଠୀ,ବାବାଜି ଚରଣ ରାଉତ,ରବିନ୍ଦ୍ର ସାହୁ,ଗୋକୁଳାନନ୍ଦ ମହାରଣା,ପ୍ରେମଲତା ଜେନା,ମେର୍ଜା ଆଲ୍ଲାଉଦ୍ଦିନ,ନରେନ୍ଦ୍ର ଘଡାଇ,ଗୌରାଙ୍ଗ
ବାରିକ,ପତିତପାବନ ପାଢ଼ି,ତ୍ରୈଲୋକ୍ୟ ମହାପାତ୍ର,ଅକ୍ଷୟ ସ୍ୱାଇଁ,ଜଗନ୍ନାଥ ମାଝି,ରତ୍ନାକର ପଲେଇ,ଭରତ ବାରିକ,ନିତ୍ୟାନନ୍ଦ ଦାସ,ସୁଧାକର ଧଳ,ପଂକିର ମହାପାତ୍ର,ଗୋପାଳ ଚନ୍ଦ୍ର ମଲ୍ଲିକ,ରାମଚନ୍ଦ୍ର ମଲ୍ଲିକ,ଚନ୍ଦ୍ରମଣି ସ୍ୱାଇଁ,ପ୍ରତିମା ସୁନ୍ଦରୀ ମହାପାତ୍ର,ରାମକୃଷ୍ଣ ମଲ୍ଲିକ,ସେଖ ଜାହାଙ୍ଗିର,ଉପେନ୍ଦ୍ର ଜେନା,ଅକ୍ଷୟ ବିହାରୀ,ମଧୁସୁଦନ ରାଉତ,କଳ୍ପତରୁ ମହାପାତ୍ର,ବ୍ରହ୍ମାନନ୍ଦ ଦାସ ପ୍ରମୁଖ ଆଲୋଚନା ରେ ଭାଗ ନେଇଥିଲେ । ଆଜିର ସଭାରେ ଶତାଧିକ ସଭ୍ୟ ଉପସ୍ଥିତ ଥିଲେ । ଶେଷରେ ପ୍ରାଧ୍ୟାପକ
ଉମାକାନ୍ତ ଖଣ୍ଡାଇ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ