ହିଞ୍ଜିଳିକାଟୁ କୋର୍ଟ ସିଏସଆଇଙ୍କ ଦେହାନ୍ତ
ହିଞ୍ଜିଳିକାଟୁ, ( ଶେଷଦେବ ସାହୁ) : ହିଞ୍ଜିଳିକାଟୁ ଜେ ଏମ ଏଫ ସି ନ୍ୟାୟଳୟର କାର୍ଯ୍ୟରତ ସିଏସଆଇ ହରିହର ଗନ୍ତାୟତଙ୍କ ମଙ୍ଗଳବାର ପରଲୋକ ଘଟିଛି । ସିନେମାଟି ଗନ୍ତାୟତଙ୍କ ମଙ୍ଗଳବାର ଶରୀର ଅସୁସ୍ଥ ହେବାରୁ ପରିବାର ସଦସ୍ୟ ଚିକିତ୍ସା ସକାଶେ ବ୍ରହ୍ମପୁର ବଡ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ଚିକିତ୍ସାଧିନ ସମୟରେ ମୃତ୍ୟୁ ଘଟିଛି । ସ୍ବର୍ଗତ ଗନ୍ତାୟତଙ୍କ ମରଶରୀର ପୈତୃକ ବାସଭବନକୁ ଅଣାଯିବା ପରେ ବହୁ ବିଶିଷ୍ଟ ବ୍ୟକ୍ତି, ପୁଲିସ କର୍ମଚାରୀ ଓ ବୁଦ୍ଧିଜୀବୀ ଶେଷ ଦର୍ଶନ କରିବା ପରେ ପୁରୀ ସ୍ଵର୍ଗଦ୍ବାରରେ ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା ।


