ପାଣିଛତ୍ର-ରାଉଳପାଟଣା ରାସ୍ତା ଅବସ୍ଥା ଶୋଚନୀୟ ହୋଇପଡ଼ିଛି
ନିମାପଡ଼ା, (ସନ୍ତୋଷ ଦାସ):ପୁରୀ ଜିଲ୍ଲା ନୟାହାଟର ପାଣିଛତ୍ର ଠାରୁ କୋଣାର୍କ ର ରାଉଳପାଟଣା ଯାଇଥିବା ମୁଖ୍ୟ ରାସ୍ତାଟି ମରାମତି ଅଭାବ ରୁ ଶୋଚନୀୟ ହୋଇପଡିଛି। ଏହି ରାସ୍ତା ଦେଇ ପ୍ରତିଦିନ ଶହ ଶହ ଲୋକ ଓ ଛାତ୍ରଛାତ୍ରୀ ନୟାହାଟ, କାକଟପୁର, ନିମାପଡା,ପୁରୀ , ଜଗତସିଂହପୁର , ପାରାଦୀପ ଓ କୋଣାର୍କ ପ୍ରଭୁତି ସ୍ଥାନ କୁ ଯିବା ଆସିବା କରିଥାନ୍ତି। କୋଣାର୍କ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ପ୍ରାୟ ୪ କୋଟି ୩୧ଲକ୍ଷ ଟଙ୍କା ବ୍ୟୟ ରେ ୨୦୧୭ ମସିହାରେ ଏହି ରାସ୍ତା ନିର୍ମାଣ ଶେଷ କରାଯାଇଥିଲା।ରାସ୍ତା ର ଦୁଇପାଶ୍ୱ ରେ ମାଟି ପକାଇବାକୁ ବିଭାଗ ସହିତ ଠିକାଦାର ଚୁକ୍ତି କରିଥିଲେ ଓ ରାସ୍ତା ନିର୍ମାଣ ର ୫ବର୍ଷ ପର୍ଯ୍ୟନ୍ତ ମରାମତି କରିବାକୁ ମଧ୍ୟ ଚୁକ୍ତି କରିଥିଲେ। ତେବେ ଠିକାଦାର ଚୁକ୍ତି ଅନୁସାରେ କାର୍ଯ୍ୟ କରି ନ ଥିବାରୁ ଉକ୍ତ ରାସ୍ତା ଟିର ଅବସ୍ଥା ଆଜି ଶୋଚନୀୟ ହୋଇପଡ଼ିଛି। ଏହି ରାସ୍ତା କୁ ମରାମତି କରିବା ଦିଗରେ ବିଭାଗ ଦୃଷ୍ଟି ଦେଉନଥିବା ଅଭିଯୋଗ କରିଛନ୍ତି ପୂର୍ବତନ ସରପଞ୍ଚ ପ୍ରଣୟ କୁମାର ସାହୁ, ଦେବୀ ପାଟଣା ଗ୍ରାମ ର ଭରତ ସାହୁ ଓ ରଙ୍ଗତୋଟା ଗ୍ରାମ ର ଏମ.ଡି.ଦୟାନ ପ୍ରମୁଖ ଗ୍ରାମବାସୀ। ଏହି ରାସ୍ତାର ମଧୁବନ,କଦମ୍ବପାଟଣା,ଜହ୍ନିବାଲିଆ ,ସମା,ଉପୁଳା, ଧନିତ୍ରୀ ପ୍ରଭୁତି ସ୍ଥାନରେ କଂକ୍ରିଟ ରାସ୍ତା ରୁ ଗୋଡ଼ି ଉଠିଯାଇ ବଡ଼ବଡ଼ ଗର୍ତ୍ତ ମାନ ସୃଷ୍ଟି ହୋଇଛି। ଫଳରେ ଦୈନଦିନ ଏହି ରାସ୍ତା ରେ ଏକାଧିକ ଦୁର୍ଘଟଣା ମାନ ଘଟୁଛି। ଏହି ରାସ୍ତା ଦେଇ ପାନ, ଧାନ, ପନିପରିବା ଚାଷୀମାନେ ବ୍ୟବସାୟ କରିବାକୁ ନୟାହାଟ ବଜାର ଓ ସାପ୍ତାହିକ ହାଟ କୁ ଯାଇଥାନ୍ତି। ଏହି ରାସ୍ତା ଟି ପୁରୀ କୁ ଜଗତସିଂହପୁର ସହିତ ସଂଯୋଗ କରୁଅଛି।ତୁରନ୍ତ ଯଦି ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ରାସ୍ତା ମରାମତି ଓ ରାସ୍ତା ର ଦୁଇ ପାଶ୍ୱ ରେ ମାଟି ପକାନଯାଏ ତେବେ ବାଧ୍ୟ ହୋଇ ସ୍ଥାନୀୟ ଲୋକମାନେ ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି। ଏ ସମ୍ପର୍କ ରେ କୋଣାର୍କ ସ୍ଥିତ ଗ୍ରାମ୍ୟ ଉନ୍ନୟନ ବିଭାଗ ର କନିଷ୍ଠ ଯନ୍ତ୍ରୀ ନବୀନ ବେହେରା ଙ୍କୁ ପଚାରିବାରୁ ସେ କହିଲେ ଯେ, ଏହି ରାସ୍ତା ନିର୍ମାଣ ସମୟ ରେ ମୁଁ ଏଠାରେ ନ ଥିଲି। ରାସ୍ତା ର ଅବସ୍ଥା ଅନୁଧ୍ୟାନ କରାଯିବା ପରେ ପଦକ୍ଷେପ ଗ୍ରହଣ କରାଯିବ।