ପାଣିରେ ବୁଡିଯାଇ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ

ହାଟଡ଼ିହି,(ଯୁଗାବ୍ଦ ନ୍ୟୁଜ୍‌) : ପାଣିରେ ବୁଡିଯାଇ ହାଟଡିହି ଗ୍ରାମର ବଣିଆ ସାହିର ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ଜଣାଯାଇଛି । ସୁଚନାରୁ ଜଣାଯାଇଛି ଯେ ଗ୍ରାମର ନଟବର ସାହୁଙ୍କ ପୁଅ ନିରଞ୍ଜନ ସାହୁ(୪୦) ଗତକାଲି ରାତିରେ ଶୌଚ ପାଇଁ ନିକଟସ୍ଥ ପୋଖରୀକୁ ଯାଇଥିବାବେଳେ ପୋଖରୀ ଭିତରେ ବୁଡି ଯାଇଥିଲେ । ପରିବାର ଲୋକେ ଗତକାଲି ରାତିରେ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିଥିଲେ ମଧ୍ୟ ସନ୍ଧାନ ପାଇ ପାରିନଥିଳେ । ଆଜି ଖୋଜାଖୋଜି କରିବାପରେ ପୋଖରୀରେ ବୁଡି ଯାଇଥିବା ଜାଣିବାପରେ ପୋଖରୀରୁ ତାଙ୍କର ମୃତଦେହକୁ ଉଦ୍ଧାର କରି ଆନନ୍ଦପୁର ଡାକ୍ତରଖାନାକୁ ନେଇଥିଲେ । ଏନେଇ ନନ୍ଦିପଦା ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରିବା ସହିତ ତାଙ୍କ ଶବକୁ ପୋଷ୍ଟମଟମ କରାଇ ତଦନ୍ତ ଚଳାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ