ପଞ୍ଚାୟତ ସମିତି ବୈଠକ, ବିଭିନ୍ନ ବିଭାଗର ଅଧିକାରୀଙ୍କ ଅନୁପସ୍ଥିତିକୁ ନେଇ ଅସନ୍ତୋଷ

ହାଟଡ଼ିହି,(ଯୁଗାବ୍ଦ ନ୍ୟୁଜ୍‌) : ହାଟଡିହି ପଞ୍ଚାୟତ ସମିତିର ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ବିଭିନ୍ନ ବିଭାଗର ଅଧିକାରୀ ମାନେ ଯୋଗଦେଇ ନଥିବାରୁ ସଭ୍ୟସଭ୍ୟା ଓ ସରପଞ୍ଚଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇବାସହ ଏ ସମ୍ପର୍କରେ ଜିଲ୍ଲାପାଳଙ୍କୁ ଜଣାଇବାକୁ ପ୍ରସ୍ତାବ ଆଗତ କରିଛନ୍ତି । ଆଜି ବ୍ଲକ ଅଧ୍ୟକ୍ଷା ସଞ୍ଜୁଲତା ବିଶ୍ୱାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଆନନ୍ଦପୁର ବିଧାୟକ ଭାଗିରଥି ସେଠୀ, ବିଡିଓ ଜୟଦେବ ଦାସ, ଉପାଧ୍ୟକ୍ଷ ନରେନ୍ଦ୍ର କୁମାର ନାୟକ, ଜିଲ୍ଲାପରିଷଦ ସଦସ୍ୟ ସୁରେନ୍ଦ୍ର କୁମାର ଜେନା, ଟିକି କିସ୍କୁ, ଜୟାପ୍ରଦା ସା, ପ୍ରଣତୀ ଦେଓ ପ୍ରମୁଖ ଯୋଗଦେଇ ଥିଲେ ।ପ୍ରାରମ୍ଭରେ ହଦଗଡ ପଞ୍ଚାୟତର ସମିତିସଭ୍ୟଙ୍କ ଅକାଳ ବିୟୋଗରେ ତାଙ୍କର ଅମର ଆତ୍ମାର ସଦଗତି ନିମନ୍ତେ ପରଲୋକ ପାଇଁ ଏକ ମିନିଟି ନିରବ ପ୍ରାର୍ଥନା କରାଯାଇଥିଲା । ବୈଠକରେ ରାଜସ୍ୱ ବିଭାଗ, ସ୍ୱାସ୍ଥ୍ୟ ବିଭାଗ, ଶିକ୍ଷା ବିଭାଗ, ଜଳସମ୍ପଦ ବିଭାଗ, ଉଦ୍ୟାନ ବିଭାଗ, ବିଦ୍ୟୁତ ବିଭାଗର ଅଧିକାରୀମାନେ ଯୋଗଦେଇ ନଥିବାରୁ ସେସବୁ ବିଷୟରେ ଆଲୋଚନା ହୋଇପାରି ନଥିଲା । ଏହି ବୈଠକରେ କୃଷି, ପାନୀୟଜଳ ଯୋଗାଣ, ଜଂଗଲ, ପ୍ରାଣୀ ସମ୍ପଦ, ମହିଳା ଓ ଶିଶୁ କଲ୍ୟାଣ, ଯୋଗାଣ , ଆବାସ ଯୋଜନା ଓ ଉନ୍ନୟନ କାର୍ଯ୍ୟ ସମ୍ପର୍କରେ ଆଲୋଚନା କରାଯାଇଥିଲା । ସେହିପରି କାଳିଆ ଯୋଜନାରେ ଅନେକ ନା ହାଇସ୍କୁଲ ଛାତ୍ରଛାତ୍ରୀ ସାମିଲ ହୋଇଥିବାବେଳେ ଗୋଟିଏ ଗୋଟିଏ ପରିବାରର ୨/୩ଜଣ ସାମିଲ ହୋଇଛନ୍ତି । କିନ୍ତୁ ଅନେକ ପ୍ରକୃତ ହିତାଧିକାରୀ କିପରି ଯୋଜନାରୁ ବାଦ ପଡିଲେ ସେ ନେଇ ସଭ୍ୟମାନେ ପ୍ରଶ୍ନ କରିଥିଲେ । କୃଷି କ୍ଷେତ୍ରରେ ଚାଷୀମାନେ ବୀମା ଭୁକ୍ତ ହୋଇଥିଲେ ମଧ୍ୟ କ୍ଷତିଗ୍ରସ୍ଥ ଚାଷୀମାନେ କୃଷିବୀମା ପାଉ ନଥିବା ନେଇ କଳିଗାଁ ସରପଞ୍ଚ ଅମରେନ୍ଦ୍ର ଧଳ ଅଭିଯୋଗ କରିଥିଲେ । ଚାଷୀମାନେ ମଣ୍ଡିରେ ଧାନ ଦେବାବେଳେ ମିଲର କୁଇଣ୍ଟାଲ ପିଛା ୮ରୁ ୧୦କିଲୋ ଧାନ କାଯୁଥିବାରୁ ଧାନ ବିକ୍ରୀ କ୍ଷତ୍ରରେ ଚାଷୀମାନେ କ୍ଷତିଗ୍ରସ୍ଥ େଉଥିବାରୁ ଏହାର ସୁ ବ୍ୟବସ୍ଥା ପାଇଁ ବିଧାୟକ ଯୋଗାଣ ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ । ସେହିପରି ହାତୀ ଉପଦ୍ରବ ଯୋଗୁଁ କ୍ଷତିଗ୍ରସ୍ଥ ଚାଷୀ ମାନଙ୍କୁ କ୍ଷତିପୁରଣ ମିଳୁ ନଥିବାରୁ ସେମାନଙ୍କୁ ତୁରନ୍ତ କ୍ଷତି ପୁରଣ ଦେବାକୁ ଦାବି ହୋଇଥିଲା । ସେହିପରି ବ୍ଲକରେ ଅନେକ ଅଙ୍ଗନବାଡି କେନ୍ଦ୍ରରେ ଘର ନଥିବାରୁ ସ୍କୁଲ ବାରଣ୍ଡା ନଚେତ କର୍ମୀଙ୍କ ଅସୁରକ୍ଷିତ ଘର ମାନଙ୍କରେ ଚାଲୁ ଥିବାରୁ ତୁରନ୍ତ ଅଙ୍ଗନବାଡି ଘର ନିର୍ମାଣ ଉପରେ ଗୁରୁତ୍ୱ ଦେବାକୁ ସଭ୍ୟମାନେ ଦାବି କରିଥିଲେ । ନୁତନକରି ଯୋଗଦେଇଥିବା ସିଡିପିଓ ସରସ୍ୱତୀ ସେଠୀ ବ୍ଲକରେ ୫୯ଟି ମଡେଲ ଅଙ୍ଗନବାଡି କେନ୍ଦ୍ର ନିର୍ମାଣ ପାଇଁ ପ୍ରସ୍ତାବ ଯାଇଥିବା ସମ୍ପର୍କରେ ସୁଚନା ଦେଇଥିଲେ । ବର୍ତ୍ତମାନ ସୁଧା ହଜାରରୁ ଉର୍ଦ୍ଧ ଆବାସ ଯୋଜନା କାର୍ଯ୍ୟାଦେଶ ଦିଆଯାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ କାମ ଆରମ୍ଭ ହୋଇନଥିବାରୁ ବିଡିଓ ଜୟଦେବ ଦାସ ସରପଞ୍ଚ ଓ ସମିତି ସଭ୍ୟସଭ୍ୟା ମାନଙ୍କରସହଯୋଗ ଲୋଡିଥିଲେ । କିଛି ପଞ୍ଚାୟତରେ ପିଇଓ ମାନେ ଆଦୌ ପଞ୍ଚାୟତକୁ ଯାଉ ନଥିବାରୁ ନାନା ଅସୁବିଧା ଦେଖା ଯାଉଛି ବୋଲି ସଭ୍ୟମାନେ ଅଭିଯୋଗ କରିଥିଲେ । ଜିପିଓ ନବୀନ ଚକକକକକକକକକକନ୍ଦ୍ର ନାୟକ ପୁର୍ବ ସଭାର ବିବରଣୀ ପାଠ କରିଥିବାବେଳେ ସହକାରୀଯନ୍ତ୍ରୀ ସୁଶାନ୍ତ ନାୟକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । କୃଷି ଅଧିକାରୀ ଚନ୍ଦ୍ର ମୋହନ ପାତ୍ର, ଫରେଷ୍ଟର କେଦାର ପାତ୍ର, ଜଳଯୋଗାଣ ବିଭାଗ ଯନ୍ତ୍ରୀ ଉତ୍ସବ ଚନ୍ଦ୍ର ଜେନା, ଏ.ଭି.ଏସ ଗିରିଜା ଶଙ୍କର ମହାନ୍ତି ପ୍ରମୁଖ ଯୋଗଦେଇ ସେମାନଙ୍କ ବିଭାଗର କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା କରିଥିଲେ । ଏଥିରେ ସରପଞ୍ଚ ବିମ୍ବାଧର ବିଶ୍ୱାଳ, ଅମରେନ୍ଦ୍ର ଧଳ, ଶ୍ରୀଧର ବେହେରା, କାବେରୀ ସାହୁ, କୌଶଲ୍ୟା ସେଠୀ, କାଞ୍ଚନ ନାଇକ, ଜାନକୀ ଓଝା, ପତିତପାବନ ନନ୍ଦ, ଶ୍ରୀରାମ ଯେନା, ପ୍ରତିଭା ନାୟକ, ନିରୁପମା ପାତ୍ର, ଅନ୍ନପୁର୍ଣ୍ଣା ରାଉତ, ସୁପ୍ରଭା ରାଉତ, ନିମାଇଁ ସାମଲ, ଆଶାଲତା ସାହୁ, ହିସି ହେମ୍ରମ, ଆନନ୍ଦ ଚନ୍ଦ୍ର ମହାନ୍ତି, ସ୍ୱର୍ଣ୍ଣପ୍ରଭା ଜେନା, ଜୟନ୍ତୀ ସାମଲ, ଅଶୋକ ଜେନା, ଅନୁସୁୟା ବେହେରା, ସମିତିସଭ୍ୟ ମନୋଜ ଜେନା, ନାରାୟଣ ବେହେରା, ପ୍ରଭାତ ରାଉତ, କନକକାନ୍ତି ରାଉତ, ରାଜେନ୍ଦ୍ର ନାରାୟଣ ରାଉତ, କମଳା ଜେନା, ପ୍ରଭାତୀଲତା ସୁତାର, ବିବେକାନନ୍ଦ ରାଉତ, ସୁକାନ୍ତୀ ବେହେରା, ନୟନା ସାମଲ, ବିଦ୍ୟାଧର ସାହୁ, କୁମୁଦୁନୀ ଜେନା, ତୃପ୍ତୀମୟୀ ନାୟକ ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ