ପାଣିରେ ବୁଡି ଗୁରୁତର ଶିଶୁପୁତ୍ର
ବାଲେଶ୍ୱର, (ସରୋଜ ପଣ୍ଡା):ବାଲେଶ୍ଵର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଶିଶୁ ବିଭାଗ ଆଇସିୟୁ ରେ ପାଣିରେ ବୁଡି ଚିକିତ୍ସାଧୀନ ଥିବା ୩ ବର୍ଷର ଶିଶପୁତ୍ର ଙ୍କ ମୃତ୍ୟୁ ହୋଇଛି। ସୋରୋ ଥାନା ପଟା ଆମ୍ବ ଗ୍ରାମର ଗେଲୁଟା ସିଂ ଙ୍କ ୩ ବର୍ଷର ଶିଶୁପୁତ୍ର ବିକାଶ ସିଂ ଗତ ୨୭ ତାରିଖ ଅଙ୍ଗନୱାଡ଼ି କେନ୍ଦ୍ର କୁ ଯାଉଥିବା ବେଳେ ରାସ୍ତା ପାର୍ଶ୍ଵ ନୟନ ଯୋଡ଼ି ପାଣିରେ ବୁଡି ଯାଇଥିଲେ।ସାଥୀ ପିଲା ମାନେ ବିକାଶ ର ମାଆ ବାପା ଙ୍କୁ ଖବର ଦେବା ପରେ ସେମାନେ ଆସି ପାଣିରୁ ପିଲାକୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଶିଶୁ ବିଭାଗରେ ଭର୍ତ୍ତି କରିଥିଲେ।ପିଲାର ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଆଇସିୟୁ ରେ ରଖା ଯାଇଥିଲା।ଚାରି ଦିନ ଚିକିତ୍ସା ପରେ ଆଜି ପିଲାଟିର ଆଖି ବୁଝି ଦେଇଥିଲା। ଏ ନେଇ ଟାଉନ ଥାନାରେ ଏକ ମାମଲା ରୁଜୁ ହେବା ସହ ମୃତଦେହ ବ୍ୟବଚ୍ଛେଦ ପାଇଁ ରଖାଯାଇଛି।