ପାଣି ଉଠାଇଲେ ହଜାର ହଜାର କାଉଡ଼ିଆ

ଗଂଜାମ, (ବିନୋଦ ପଲାଇ):ଚଳିତବର୍ଷ ପଡୁଛି ଯୋଡ଼ା ଶ୍ରାବଣ ମାସ। ଆସନ୍ତା କାଲି ପ୍ରଥମ ଶ୍ରାବଣ ସୋମବାର ହେଉଥିବାରୁ ଋଷିକୂଲ୍ୟା ଘାଟରୁ ହଜାର ହଜାର ସଂଖାରେ ପାଣି ଉଠାଇଛି କାଉଡ଼ିଆ ଭକ୍ତ। ସେମାନଙ୍କ ବୋଲବମ, ହରହର ବମ’ ଧ୍ବନୀରେ ପ୍ରକମ୍ପିତ ହୋଇ ଉଠିଛି ଗଂଜାମ ଅଞ୍ଚଳ। ଯାହା ଫଳରେ ସୃଷ୍ଟି ହେଉଛି ଏକ ଆଧ୍ୟାତ୍ମିକ ପରିବେଶ। ଗଞ୍ଜାମ ଏନଏସି ଅନ୍ତର୍ଗତ ଦାମୋଦରପୁର ସ୍ଥିତ ଆଖଣ୍ଡଳମଣି ଋଷିକୂଲ୍ୟା ନଦୀ ଘାଟରୁ ଜିଲ୍ଲା ଓ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ପାଣି ଉଠାଇବା ପାଇଁ ଭିଡି ଲାଗିରହିଛି। ଭିଡକୁ ଆଖି ଆଗରେ ରଖି ଆଖଣ୍ଡଳମଣି ବୋଲବୋମ କମିଟି ତରଫରୁ ବ୍ୟାପକ ପଦକ୍ଷେପ ନିଆଯାଇଛି। କାଉଡ଼ିଆ ମାନେ ଗୌରୀକ ରଙ୍ଗର ପୋଷାକ, ମୁଣ୍ଡରେ ଜଟ ସଜା ଓ ଆକର୍ଷଣୀୟ ,ଆଧୁନିକତାର ବିଦ୍ୟୁତ ଆଲୋକରେ ସଜାରେ ବହୁଙ୍ଗାରେ ନଦୀ ଜଳ ଧରି ଆସନ୍ତାକାଲି ଶ୍ରାବଣର ପ୍ରଥମ ସୋମବାରରେ ଦେବ ଦେବ ମହାଦେବଙ୍କ ମସ୍ତକରେ ଜଳଲାଗି କରିବା ପାଇଁ ବିଭିନ୍ନ ଶୈବ ପୀଠ ଅଭିମୁଖେ ବାହାରିଛନ୍ତି କାଉଡ଼ିଆ ମାନେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ