ପାଣି ଛିଟିକା କୁ ନେଇ ଆକ୍ରମଣ, ଦୁଇ ଆହତ, ଦୁଇ ଗିରଫ
ହାଟଡ଼ିହି, (ସୌମ୍ୟରଞ୍ଜନ ଆଚାର୍ଯ୍ୟ ) :ହାଟଡିହି ବ୍ଲକ ନନ୍ଦିପଦା ଥାନା ଅଧିନସ୍ଥ ଶାଳଣିଆଁ ଗ୍ରାମରେ ପାଣି ଛିଟକା ମାରିବାକୁ ନେଇ ଆକ୍ରମଣ ହେବାରୁ ଜଣେ ଗୁରୁତର ହୋଇଥିବା ଜଣାଯାଇଛି । ଏହି ଘଟଣାରେ ଦୁଇଜଣଙ୍କୁ ନନ୍ଦିପଦା ପୁଲିସ ଗିରଫ କରିଥିବାବେଳେ ଗ୍ରାମରେ ଉତ୍ତେଜନା ଦେଖାଦେଇଛି । ଖବରରୁ ଜଣାଯାଇଛି ଗତକାଲି ସନ୍ଧ୍ୟାରେ ଗ୍ରାମର ଅନାଥ ଯେନାଙ୍କ ପୁଅ ସୁଦାମ ବାଇକଯୋଗେ ଘରକୁ ଯାଉଥିବାବେଳେ ରାସ୍ତାରେ ଜମିଥିବା ପାଣିରୁ ଛିଟକା ବାହାରି ପିଣ୍ଡାରେ ବସିଥିବା ଘୁଙ୍ଗୁରୁ ଙ୍କ ଉପରେ ପଡିଥିଲା । ଏହାକୁନେଇ ଘୁଙ୍ଗୁରୁ ପ୍ରତିବାଦ କରିବାରୁ ସୁଦାମ ବାଇକରୁ ଓହ୍ଲାଇ ପାଟିତୁଣ୍ଡ କରିବା ସହ ଘୁଙ୍ଗୁରୁକୁ ମାଡ ମାରିଥିଲା । ପାଟିଶୁଣି ସୁଦାମ ଯେନାର ତାର ଭାଇ ଗୁରୁଦେବ ଯେନା, କାଳିଆ ଯେନା, ବାପ ଅନାମ ଯେନା ପ୍ରମୁଖ ବିଭିନ୍ନ ମାରଣାସ୍ତ୍ର ଧରି ଘଟଣାସ୍ଥଳରେ ପହଞ୍ଚି ପିଟାମରା କରିଥିଲେ । ଏହି ସମୟରେ ଭାଗିରଥି ଯେଜନା ନାମକ ଜଣେ ଯୁବକ ଉଭୟଙ୍କୁ ଛଡାଛଡି କରୁଥିବାବେଳେ ତାଙ୍କୁ ମଧ୍ୟ ଆକ୍ରମଣକାରୀ ମାନେ ଛାଡି ନଥିଲେ । ଏଥିରେ ଭାଗିରଥି ଯେନା, ପ୍ରକାଶ ଯେନା ଆହତ ହୋଇଥିଲେ । ସେମାନଙ୍କୁ ପ୍ରଥମେ ଶାଳଣିଆଁ ଓ ପରେ ଆନନ୍ଦପୁର ଡାକ୍ତରଖାନାକୁ ଚିକିତ୍ସାପାଇଁ ନିଆ ଯାଇଥିଲା । ଏନେଇ ଭାଗିରଥିଙ୍କ କକା ମକରଧ୍ୱଜ ଯେନା ନନ୍ଦିପଦା ଥାନାରେ ଅଭିଯୋଗ କରିବାପରେ ନନ୍ଦିପଦା ପୁଲିସ କେସନଂ ୭୪/୨୦୧୯ରେ ଏକ ମାମଲା ରୁଜୁକରି ଅଭିଯୁକ୍ତ ଗୁରୁଦେବ ଯେନା ଓ ସୁଦାମ ଙ୍କୁ ଗିରଫକରି କୋର୍ଟ ଚାଲାଣ କରିଛି ।