ପାଣି ପଞ୍ଚାୟତ ନିର୍ବାଚନରେ ଅନିୟମିତତା ଅଭିଯୋଗ
ହାଟଡ଼ିହି,:ଆଗରପଡା ଜଳସେଚନ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ପାଣିପଞ୍ଚାୟତ ନିର୍ବାଚନରେ ୧ନଂ ମା ମରଚାଇ ପାଣିପଞ୍ଚାୟତ ନିର୍ବାଚନ ବେଳେ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି । ନାମାଙ୍କନପତ୍ର ଦାଖଲର ନିର୍ଦ୍ଧାରିତ ସମୟ ପରେ କିଛି ପ୍ରାର୍ôଥଙ୍କ ଠାରୁ ବେନିୟମ ଭାବେ ପ୍ରାର୍ôଥପତ୍ର ରଖାଯାଇଥିବା ଅଭିଯୋଗ ହୋଇଛି । ଅଭିଯୋଗ ଅନୁଯାଇ ମା ମରଚାଇ ପାଣିପଞ୍ଚାୟତର ଚକ କମିଟି ପାଇଁ ନିର୍ବାଚନ ଅନୁଷ୍ଠିତ ହେବାକୁ ଗତକାଲି ଦିନଧାର୍ଯ୍ୟ ହୋଇଥିବାବେଳେ ସକାଳ ୯ଟାରୁ ୧୧ପର୍ଯ୍ୟନ୍ତ ନାମାଙ୍କନପତ୍ର ଦାଖଲ ପାଇଁ ସମୟ ଧାର୍ଯ୍ୟ ହୋଇଥିଲା । ଏହି ସମୟ ଭିତରେ ଆସିଥିବା ପ୍ରାର୍ôଥମାନେ ନାମାଙ୍କନପତ୍ର ଦାଖଲ କରିôତବାବେଳେ ୧୨ଟା ପରେ ତିନିଜଣ ବ୍ୟକ୍ତି ପଞ୍ଚି ଥିଲେ । ସେମାନେ ଅଫିସ ଭିତରକୁ ଯାଇ ନଥିବାବେଳେ ପରବର୍ତ୍ତୀ ସମୟରେ ଉକ୍ତ ତିନିଜଣ ବ୍ୟକ୍ତି ନାମାଙ୍କପତ୍ର ଦାଖଲ କରିଛନ୍ତି ବୋଲି ନିର୍ବାଚନ ଅଧିକାରୀ କନିଷ୍ଠଯନ୍ତ୍ରୀ ବିଜୟ ସେଠୀ ଘୋଷଣା କରିଥିଲେ । ଏହାକୁନେଇ ଉତ୍ତେଜନା ପ୍ରକାଶ ପାଇଥିଲା । ଉପସ୍ଥିତ ନଥିବା ଚାଷୀମାନେ କିପରି ନାମାଙ୍କନପତ୍ର ଦାଖଲ କଲେ ସେନେଇ ଅନ୍ୟପ୍ରାର୍ôଥମାନେ ଓ ଏଥିରେ ଅନିୟମିତତା ହୋଇଥିବା ନେଇ ବିନୋଦ ବିହାରୀ ବିଶ୍ୱାଳ, ରବିନାରାୟଣ ପାତ୍ର, ଚିତ୍ତରଞ୍ଜନ ଭୁୟାଁ, ଭାଗିରଥି ଭୂୟାଁ, ଗଙ୍ଗାଧର ସା, ସୁରଥ ମହାକୁଡ ପ୍ରମୁଖ ଅଭିଯୋଗ କରି ଜଳସେଚନ ବିଭାଗର ସହକାରୀ ଯନ୍ତ୍ରୀ, ନିର୍ବାହୀଯନ୍ତ୍ରୀ ଓ ମୁଖ୍ୟ ନିର୍ମାଣଯନ୍ତ୍ରୀଙ୍କୁ ଲିଖିତ ଭାବେ ଜଣାଇ ନିର୍ବାଚନର ସ୍ୱଚ୍ଛତା ବଜାୟ ରଖିବା ପାଇଁ ନିବେଦନ କରିଛନ୍ତି । ଏ ସମ୍ପର୍କରେ ବିଭାଗୀୟ କନିଷ୍ଠଯନ୍ତ୍ରୀ ତଥା ନିର୍ବାଚନ ଅଧିକାରୀ ବିଜୟ କୁମାର ସେଠୀଙ୍କୁ ପଚାରିବାରେ ସେ ଠିକ ସମୟରେ ନାମାଙ୍କନପତ୍ର ରଖା ଯାଇଛି ବୋଲି କହିଛନ୍ତି । ସେହିପରି ବିଭାଗୀୟ ସହକାରୀ ଯନ୍ତ୍ରୀ ସଞ୍ଜିବ ବେହେରାଙ୍କୁ ପଚାରିବାରେ ସେ ଅଭିଯୋଗ ପାଇଛୁ ବୋଲି କହିଛନ୍ତି ।


