ପାଣି ପଞ୍ଚାୟତ ପକ୍ଷ ପାଳନ ନିମିତ୍ତ ଜିଲ୍ଲା ସ୍ତରୀୟ ପ୍ରସ୍ତୁତି ବୈଠକ

ଛତ୍ରପୁର (ଯୁଗାବ୍ଦ ନ୍ୟୁଜ):ଗଞ୍ଜାମ ଜିଲ୍ଲା ପାଣି ପଞ୍ଚାୟତ ପକ୍ଷ ଚଳିତ ମାସ ୧୬ ତାରିଖରୁ ୨୪ ତାରିଖ ପର୍ଯ୍ୟନ୍ତ ପାଳିତ ହେବ ଏବଂ ରାଜ୍ୟ ସ୍ତରୀୟ ପାଣି ପଞ୍ଚାୟତ ପକ୍ଷ ଦିବସ ୩୦ ତାରିଖ ରେ ରାଜ୍ଯ ସ୍ତରରେ ପାଳନ ହେବ । ଏହି କାର୍ଯ୍ୟକ୍ରମକୁ ବ୍ୟାପକ କରିବା ନିମିତ୍ତ ଗଞ୍ଜାମ ଜିଲ୍ଲାପାଳ ଦିବ୍ଯ ଜ୍ଯୋତି ପରିଡାଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତି ବୈଠକ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଗୁରୁବାର ଦିନ ଅନୁଷ୍ଠିତ ହୋଇଯାଇଛି । ଡିଭିଜନ୍, ଜିଲ୍ଲା ଏବଂ ରାଜ୍ୟ ସ୍ତରୀୟ ଉତ୍ସବ ଅନୁଷ୍ଠିତ ହେବ । ଗଞ୍ଜାମ ଜିଲ୍ଲାପାଳ ଶ୍ରୀ ପରିଡା ସମସ୍ତ ଉପସ୍ଥିତ ଅଧିକାରୀ ମାନଙ୍କୁ ଏହି ପ୍ରସ୍ତୁତି ବୈଠକରେ ଅବଗତ କରାଇଥିଲେଯେ, ଗଞ୍ଜାମ ଜିଲ୍ଲାର ଚାଷ କାର୍ଯ୍ୟ ନିମନ୍ତେ ପାଣି ମୁଖ୍ୟ ସମସ୍ୟା । ଏଣୁ ଆଗାମୀ ୧୫ ବର୍ଷ ସକାଶେ ଚାଷ ଜମିକୁ କିଭଳି ଜଳ ଯୋଗାଣ ହୋଇ ପାରିବ ସେଥି ସକାଶେ ଯୋଜନା କରି ଡିପିଆର୍ ପ୍ରସ୍ତୁତ କରିବାକୁ ଜଣାଇଥିଲେ । କ୍ଷୁଦ୍ର ଜଳ ସେଚନ ପ୍ରକଳ୍ପର କାର୍ଯ୍ୟ ନିର୍ବାଚନ ଆଚରଣ ବିଧି ଲାଗୁ ହେବା ପୂର୍ବରୁ ଅର୍ଥାତ୍ ଫେବୃୟାରୀ ୧୫ ସୁଦ୍ଧା ଟେଣ୍ଡର ପ୍ରକ୍ରିୟା ଶେଷ କରି କାର୍ଯ୍ୟ ଆରମ୍ଭ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ବିଶ୍ବ ବ୍ୟାଙ୍କର ଅର୍ଥନୈତିକ ଆକଳନ ଅନୁଯାୟୀ କାର୍ଯ୍ୟ ଆରମ୍ଭ ପୂର୍ବରୁ ସ୍ଥିତି କଣ ରହିଥିଲା ଏବଂ ଯୋଜନା ପ୍ରସ୍ତୁତ କାର୍ଯ୍ୟକାରି ହେବା ପରେ କେଉଁ ସବୁ ଉନ୍ନତିକରଣ ହୋଇଛି ତାହା ଆକଳନ କରିବା ନେଇ ମତାମତ ଉପସ୍ଥାପନ କରିଥିଲେ । ଚାଷ ଜମିକୁ ଜଳ ଯୋଗାଣ କ୍ଷେତ୍ରରେ ଅବହେଳା ପ୍ରଦର୍ଶନ କରନ୍ତି ତେବେ ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ଚେତାବନୀ ଦେଇଥିଲେ । ଗଞ୍ଜାମ ଜିଲ୍ଲାରେ ଡିଭିଜନ୍ ସ୍ତରରେ ମୁଖ୍ୟ ଜଳ ସେଚନ ସ୍ତରରେ ବ୍ରହ୍ମପୁର, ଚିକିଟି ଏବଂ ଭଞ୍ଜନଗର ପାଳନ ହେବାକୁ ଥିବା ସ୍ଥଳେ କ୍ଷୁଦ୍ର ଜଳ ସେଚନ ଏମ୍.ଆଇ. ବ୍ରହ୍ମପୁର-୧, ଏମ୍. ଆଇ.-୨ ବ୍ରହ୍ମପୁର ଓ ଭଞ୍ଜନଗର ଏମ୍.ଆଇ. ଠାରେ ଡିଭିଜନ୍ ସ୍ତରରେ ପାଳିତ ହେବ । ଉଠା ଜଳ ସେଚନ ପ୍ରକଳ୍ପ ଦ୍ବାରା ମଧ୍ୟ ଏହି ପାଣି ପଞ୍ଚାୟତ ପକ୍ଷ ପାଳିତ ହେବ । ଚଳିତ ମାସ ୧୬ ତାରିଖ ଠାରୁ ୨୪ ତାରିଖ ପର୍ଯ୍ୟନ୍ତ ରଥ ପରିକ୍ରମା କରି ସଚେତନତା ସୃଷ୍ଟି କରାଯିବ । ଶ୍ରେଷ୍ଠ ପାଣି ପଞ୍ଚାୟତଚୟନ କରାଯାଇ ପୁରସ୍କୃତ କରାଯିବ । ଯେଉଁ ପାଣି ପଞ୍ଚାୟତରେ ନିର୍ବାଚନ ହୋଇଛି ସେମାନେ ମଧ୍ୟ ପୁରସ୍କୃତ ହେବେ । ପାଣି ପଞ୍ଚାୟତ ପକ୍ଷ ନିମନ୍ତେ ବକ୍ତୃତା, ପ୍ରବନ୍ଧ ଲିଖନ, ସାଧାରଣ ଜ୍ଞାନ ଏବଂ ଆଧୁନିକ କୌଶଳ ପ୍ରଦର୍ଶନୀ ପ୍ରତିଯୋଗିତା ଆୟୋଜିତ ହେବ । ଧାନଚାଷ ପରିବର୍ତ୍ତେ ଅଣ ଧାନ ଚାଷ କରିଥିବା ପାଣି ପଞ୍ଚାୟତକୁ ପୁରସ୍କୃତ କରାଯିବ । ବିଶେଷ କରି ଅଣଧାନ ଚାଷ ଜଳ ସେଚନର ବ୍ୟବଧାନ ପରିଚାଳନା, କୃଷି ବିଭାଗ ଓ ଜଳ ସମ୍ପଦ ବିଭାଗର ଯୋଜନାକୁ ଆୟୁଧ ପ୍ରଣୟନ କରି ଯେଉଁ ପାଣି ପଞ୍ଚାୟତ କୃଷକ ମାନଙ୍କୁ ପ୍ରୋତ୍ସାହିତ କରିଛି, ସଚେତନତା ସୃଷ୍ଟି ଶିବିର ଆୟୋଜନ, ବଜାର ବିକ୍ରିବଟା ଦିଗରେ କାର୍ଯ୍ୟକରିଥିବା ପାଣି ପଞ୍ଚାୟତକୁ ଆକଳନ କରି ୧୦ ହଜାର ଅର୍ଥ ରାଶି ପୁରସ୍କାର ପ୍ରଦାନ କରାଯିବ । ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଶ୍ରେଷ୍ଠ ପାଣି ପଞ୍ଚାୟତକୁ ୫୦ ହଜାର ଅର୍ଥରାଶି ପ୍ରଦାନ କରାଯିବ । ବୈଠକରେ ବୃହତ୍ ଓ ମଧ୍ୟମ ଜଳ ସେଚନ ବିଭାଗ ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ ଜଗନ୍ନାଥ ପାଣି, ଦକ୍ଷିଣ କ୍ଷୁଦ୍ର ଜଳ ସେଚନ ମଣ୍ଡଳ ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ ଦେବ ମହାନ୍ତି, ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ପବିତ୍ର ମୋହନ ସାହୁ, ମତ୍ସ୍ୟ. ପଶୁ ସମ୍ପଦ ଓ ଉଦ୍ୟାନ କୃଷି ବିଭାଗୀୟ ସମସ୍ତ ଅଧିକାରୀ ଓ କର୍ମଚାରୀଗଣ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ