ପାଣି ପିଅନ୍ତୁ ସୁସ୍ଥ ରୁହନ୍ତୁ କାର୍ଯ୍ୟକ୍ରମ
ହାଟଡିହି,(ଯୁଗାବ୍ଦ ନ୍ୟୁଜ୍): ପଢ଼ିଆରିପଲ୍ଲି ପଞ୍ଚାୟତ ହାଇସ୍କୁଲ ବଣିଆପଙ୍କରେ ଏସିବି ଫାଉଣ୍ଡେସନ କାହାଳିଆ ଗଡିଆ ତରଫରୁ ପାଣି ପିଅନ୍ତୁ ସ୍ସ୍ଥ ରୁହନ୍ତୁ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏସିବି ଫାଉଣ୍ଡେସନର ପ୍ରତିଷ୍ଠ।। ଏକ ବର୍ଷ ପୁର୍ତ୍ତୀ ଉପଲକ୍ଷେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମହେନ୍ଦ୍ର କୁମାର ପରିଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଏସିବି ଫାଉଣ୍ଡେସନର ପ୍ରତିଷ୍ଠାତା ଅଲେଖ ଚନ୍ଦ୍ର ବେହେରା ଯୋଗଦେଇ ‘ସ୍ୱଚ୍ଛ ପାନୀୟ ଜଳ ଅଭିଯାନ’ ସମ୍ପର୍କରେ ଆଲୋପାତ କରିବା ସହିତ ଛାତ୍ରଛାତ୍ରୀ ମାନଙ୍କୁ ଶୁଦ୍ଧ ପାନୀୟ ଜଳ ପିଇବା ଦ୍ୱାରା ଶରୀର କିପରି ସୁସ୍ଥ ରୁହେ ସେ ସମ୍ପର୍କରେ ସଚେତନ କରିଥିଲେ । ଏହି ଅବସରରେ ଏସିବି ଫାଉଣ୍ଡେସନ ପକ୍ଷରୁ ପ୍ରତି ଛାତ୍ରଛାତ୍ରୀ ମାନଙ୍କୁ ଗୋଟିଏ ଲେଖାଏଁ ପାଣି ବଟଲ ବଣ୍ଟନ କରିଥିଲେ । ଶିକ୍ଷକ ସୁଦର୍ଶନ ପାଣିଗ୍ରାହୀ ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ଶିକ୍ଷକ ବିଜୟ କୁମାର ନାୟକ, ରମାକାନ୍ତ ବାରିକ, ଶ୍ରୀମତୀ ଶସ୍ମିତା ରଣା, ଶିକ୍ଷା କର୍ମଚାରୀ ପ୍ରାଣବନ୍ଧୁ ଦାସ, ରାମଚନ୍ଦ୍ର ସତପଥି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଶେଷରେ ଛାତ୍ରଛାତ୍ରୀମାନେ “ଜଳହିଁ ଜୀବନ ଅଟେ ଆମର” “ସ୍ୱଚ୍ଛ ପାନୀୟ ଜଳ କର ବ୍ୟବହାର” ଶ୍ଳୋଗାନ ଦେଇ ଗ୍ରାମର ଲୋକମାନଙ୍କୁ ସଚେତନ କରାଇଥିଲେ ।


