ପାଣି ମଟର ଚୋରି ଅଭିଯୋଗରେ ୩ଜଣ ଗିରଫ
ହାଟଡିହିି, (ବିକାଶ ବିଶ୍ୱାଳ):ସୋସୋ- ମରୈଗାଁ ରାସ୍ତା ନିର୍ମାଣରେ ଲାଗିଥିବା ଏକ ପାଣି ମଟର ଚୋରି ଅଭିଯେଗରେ ସୋସୋ ପୁଲିସ ୩ଜଣଙ୍କୁ ଗିରଫ କରିଛି । ସୁଚନାରୁ ଜଣାଯାଇଛି ଯେ ସୋସୋ- ମରୈଗାଁ ରାସ୍ତା ନିର୍ମାଣ କରୁଥିବା ଠିକାଦାର କ୍ଷୀରୋଦିନୀ ଇମ୍ପାଷ୍ଟ୍ରକଚରର ଏକ ପାଣି ମୋଟର ଗତ ରବିବାର ରାତିରେ କେହି ଚୋରେଇ ନେଇଥିଲା । ଏନେଇ କମ୍ପାନୀର ସାଇଟ ଇଞ୍ଜିନିୟର ସତ୍ୟ ଶିବ ଶଙ୍କର ଜେନା ସୋସୋ ଥାନାରେ ଅଭିଯୋଗ କରିଥିଲେ । ସୋସୋ ପୁଲିସ ଥାନା କେସ ନଂ ୮୨/୨୦୨୩ରେ ଏକ ମାମଲା ରୁଜୁକରି ତଦନ୍ତ ଚଳାଇଥିଲା । ଆଜି ଏହି ଘଟଣାରେ ସେହି କମ୍ପାନୀରେ କାମ କରୁଥିବା କର୍ମଚାରୀ ଭକ୍ତ ରଞ୍ଜନ ପରିଡା ଓ ଢ଼େଙ୍କାର ସୁଜିତ ନାୟକ ଏବଂ ଆକାଶ ମହାକୁଡଙ୍କୁ ଗିରଫ କରିଥିବା ଜଣାଯାଇଛି ।