ପାଣ୍ଡିରିରେ ଗଜଲକ୍ଷ୍ମୀ ପୂଜା

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ସହର ଉପକଣ୍ଠ ଜମଧର ଗ୍ରାମପଞ୍ଚାୟତର ପାଣ୍ଡିରି ଗ୍ରାମରେ ଧନଦାତ୍ରୀ ମା’ ଗଜଲକ୍ଷ୍ମୀଙ୍କ ପୂଜା ବଡ ଧୂମଧାମରେ ପାଳିତ ହେଉଛି । ପାଞ୍ଚ ଦିନ ବ୍ୟାପି ହେବାକୁ ଥିବା ଏହି ପୂଜାରେ ପ୍ରତ୍ୟେହ ପୂଜା, ହୋମ, ଯଜ୍ଞ ପ୍ରଭୃତି ଅନୁଷ୍ଠିତ ହେଉଛି । ସେହିପରି ପ୍ରତ୍ୟେକ ସନ୍ଧ୍ୟାରେ ଭଜନ, ପାଲା, କୀର୍ତ୍ତନ ପ୍ରଭୃତିର ଆୟୋଜନ କରାଯାଇଛି । ମା’ଙ୍କ ଦର୍ଶନ ନିମନ୍ତେ ଏଠାରେ ଭକ୍ତ ଓ ଶ୍ରଦ୍ଧାଳୁମାନଙ୍କର ବେଶ ଭିଡ ଜମୁଥିବା ଦେଖାଯାଇଛି । ପୂଜା ଓ ସାଂସ୍କୃତିକ କାର୍ଯ୍ୟକ୍ରମକୁ ସଞ୍ଜିତ ପଲାଇ, ସ୍ମୃତିକାନ୍ତ ରାଉତ, ଗିରିଜା ପ୍ରସାଦ ମହାନ୍ତି, ସୁନିଲ ଦତ୍ତ ନାୟକ, ଚିତ୍ତରଞ୍ଜନ ମହାନ୍ତି, ରଶ୍ମିରଞ୍ଜନ ପରିଡା, ରାଜେଶ କୁମାର ପଲାଇ, ରାଜକିଶୋର ସାହୁ, ଆଶୁ ଅଭିଳାଷ ବିଶ୍ୱାଳ, ହିମାଂଶୁ ଶେଖର ସ୍ୱାଇଁ, ପ୍ରଣବ କୁମାର ମହାନ୍ତି, କିଶୋର କୁମାର ପରିଡା ପ୍ରମୁଖ ପରିଚାଳନା କରୁଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ