ପାଣ୍ଡେସରା ଅଞ୍ଚଳରେ ପ୍ରବାସୀ ଓଡ଼ିଆ ସମାଜ ମହିଳା ମଣ୍ଡଳୀ ବୈଠକ

ବୁଗୁଡା,(ଅନିଲ କୁମାର ମହାରଣା): ସୁରାଟ ପାଣ୍ଡେସରା ଅଞ୍ଚଳରେ ସମାଜସେବୀ ସନାତନ ସାମନ୍ତରାଙ୍କ ଦ୍ଵାରା ପ୍ରତିଷ୍ଠିତ ସୁରାଟର ସର୍ବ ପୁରାତନ ଓଡ଼ିଆ ଭାଷା ଶିକ୍ଷା ଅନୁଷ୍ଠାନ ଶ୍ରୀ ସରସ୍ୱତୀ ଶିଶୁ ମନ୍ଦିର ପରିସରରେ ସୁରତ ପ୍ରବାସୀ ଓଡ଼ିଆ ସମାଜ ଟ୍ରଷ୍ଟ ପକ୍ଷରୁ ମହିଳା ମଣ୍ଡଳୀର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ପ୍ରବାସୀ ଓଡ଼ିଆ ସମାଜ ଟ୍ରଷ୍ଟ ସଭାପତି ପ୍ରଦୀପ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ସଭାପତି ଶ୍ରୀ ସାହୁ ମହିଳା ମଣ୍ଡଳ ସଦସ୍ୟା ମାନଙ୍କୁ ବୁଝାଇ ଥିଲେଯେ ଫ୍ୟାକ୍ଟେରୀରେ କାର୍ଯ୍ୟ କରୁଥିବା ଶ୍ରମିକଙ୍କ କୌଣସି ଅସୁବିଧା ହେଲେ ସେହି ମାଲିକମାନେ କୌଣସି କ୍ଷତିପୁରଣ ଦେଉ ନଥିବା ବେଳେ ପ୍ରତ୍ୟେକ ଶ୍ରମିକ ବାର୍ଷିକ ଦୁଇ ଶହ ଟଙ୍କାର ପ୍ରିମୟମ ଦେଇ ୧୦ ଲକ୍ଷ ଟଙ୍କାର ବୀମା ଯୋଜନାରେ ଅନ୍ତର୍ଭୁକ୍ତ ହେବା ପାଇଁ ପରାମର୍ଶ ଦେଇଥିଲେ। କୌଣସି ଶ୍ରମିକଙ୍କ ଯଦି କିଛି ଅଘଟଣ ଘଟେ ତେବେ ମାତ୍ର ଦୁଇ ଶହ ଟଙ୍କା ବିନିମୟରେ ତାଙ୍କ ପରିବାର ଦଶ ଲକ୍ଷ ଟଙ୍କା ପାଇପାରିବେ। ସେହିପରି ଗୁଜରାଟ ସରକାର ପ୍ରତି ୧୦ ଜଣ ମହିଳାଙ୍କୁ ନେଇ ଗଠିତ ଗୋଷ୍ଠୀଙ୍କୁ ବିନା ସୁଧରେ ଏକ ଲକ୍ଷ ଟଙ୍କା ଋଣ ଦେଉଥିବା ବେଳେ ଗୋଷ୍ଠୀ ଗଠନ କରି ପଞ୍ଜିକରଣ କରି ଏହାର ସୁଯୋଗ ନେବା ପାଇଁ ଅନୁରୋଧ କରିଥିଲେ। ସମସ୍ତେ ସରକାରଙ୍କ ମାଆ କାର୍ଡ଼ ମିଳିବା ପାଇଁ ଆବଶ୍ୟକ କାଗଜପତ୍ର ଦେଲେ ମାଗଣା ସମସ୍ତ ପ୍ରକାର ଚିକିତ୍ସା ସୁବିଧା ପାଇ ପାରିବେ ବୋଲି ପ୍ରକାଶ କରିଥିଲେ। ବନିତା ଭଉଣୀ, ବୈଶାଳୀ ଭଉଣୀ, ସଂଗୀତା ଭଉଣୀ ଓ ମାଧବୀ ଭଉଣୀ ଙ୍କୁ ସଙ୍ଗଠିକା ଭାବେ ମନୋନୀତ କରାଯାଇ ଅଞ୍ଚଳର ସମସ୍ତ ପ୍ରବାସୀ ଓଡ଼ିଆ ପରିବାରକୁ ବୁଝାଇବାକୁ ଦାୟିତ୍ବ ପ୍ରଦାନ କରାଯାଇଥିଲା। ଏହି ଅବସରରେ ପ୍ରବାସୀ ଓଡ଼ିଆ ସମାଜ ଟ୍ରଷ୍ଟ ସଭାପତି ଶ୍ରୀ ସାହୁ ସମସ୍ତ ଉପସ୍ଥିତ ଓଡ଼ିଆ ଭଉଣୀ ମାନଙ୍କୁ ଗୋଟିଏ ଲେଖାଏଁ ଭାଗବତ ଗୀତା ପ୍ରଦାନ କରିଥିଲେ। ଓଡ଼ିଆ ସମାଜ ଟ୍ରଷ୍ଟ ଅଫିସ ସମ୍ପାଦକ ଜୟରାମ ଦଳେଇ ଏହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ