ପାତାଳୀ ନଦୀ ରେ ବୁଡି ନିଖୋଜ ଥିବା ବ୍ୟକ୍ତିଙ୍କ ଶବ ଉଦ୍ଧାର
କୋରାପୁଟ,(ହେମନ୍ତ ପାଣଗ୍ରାହୀ):କୋରାପୁଟ ଜିଲ୍ଲା ନନ୍ଦପୁର ବ୍ଲକ ଅନ୍ତର୍ଗତ ପାଡୁଆ ନିକଟସ୍ଥ୍ ପାତାଳୀ ନଦୀ ରେ ବୁଡି ନିଖୋଜ ହୋଇ ଥିବା ବ୍ୟକ୍ତି ଭକ୍ତ ରାମ ହନ୍ତାଳ ଙ୍କ ଶବ ଉଦ୍ଧାର କରିଛି ପାଡୁଆ ପୁଲିସ। ଘଟଣାରୁ ପ୍ରକାଶ ଯେ ପାଡୁଆ ଥାନା ଅଧୀନସ୍ଥ କୁସମ ପଦର ଗ୍ରାମ ର ଭକ୍ତ ରାମ ହନ୍ତାଳ ଗତ ୩୧ ତାରିଖ ସକାଳୁ ଘରୁ ବାହାରି ଆଉ ଘରକୁ ଫେରି ନଥିଲେ।ତେବେ ପରିବାର ଲୋକ ବହୁ ଖୋଜା, ଖୋଜି କରିବା ପରେ ପାଡୁଆ ଥାନା ରେ ନିଖୋଜ ହୋଇଥିବା ଅଭିଯୋଗ କରିଥିଲେ। ଖବର ପାଇ ପୁଲିସ ମଧ୍ୟ ଖୋଜା, ଖୋଜି ନିମନ୍ତେ ବିଭିନ୍ନ ଥାନା କୁ ଜଣାଇଥିଲେ। ତେବେ ଆଜି ସକାଳୁ ନିକଟସ୍ଥ ପାତାଳୀ ନଦୀ କୂଳ ରେ ମୋବାଇଲ ଫୋନ ଓ ଚପଲ ଦେଖିବାକୁ ମିଳିଥିବା ବେଳେ ପୁଲିସ ଏସ ଆଇ ଦୀପକ କୁମାର ବାରିକ ଏକ ଟିମ୍ ନେଇ ଘଟଣା ସ୍ଥଳରେ ପହଞ୍ଚି ଅନୁସନ୍ଧାନ ବେଳେ ଭାସମାନ ଅବସ୍ଥା ରେ ଶବ ପାଇ ଥିଲେ। ପରେ ନନ୍ଦପୁର ଅଗ୍ନିଶମ ବିଭାଗ କର୍ମ ଚାରି ଙ୍କୁ ଡକାଇ ଭାସ ମାନ ଅବସ୍ଥାରେ ଥିବା ଶବକୁ ଉଦ୍ଧାର କରାଇଥିଲେ।ପରେ ପରିବାର ପକ୍ଷ ରୁ କୁସମ୍ ପଦର ଗ୍ରାମ ନିଖୋଜ ଭକ୍ତ ରାମ ହନ୍ତାଳ ବୋଲି ଚିହ୍ନଟ କରାଇଥିଲେ।ତେବେ ଗତ ୩୧ ତାରିଖ ସକାଳୁ ବ୍ୟକ୍ତି ଜଣକ ଶୌଚ ହେବା ନିମନ୍ତେ ନଦୀକୁ ଆସିଥିବା ବେଳେ ଗୋଡ ଖସି ନଦୀ ଗର୍ଭରେ ବୁଡି ନିଖୋଜ ହୋଈଥିବା ପାଡୁଆ ଆଇ ଆଇ ସି ଅଶୋକ କୁମାର ବିଶୋଇ ଗଣ ମାଧ୍ୟମ କୁ ସୂଚନା ଦେଇ ଛନ୍ତି । ଶବ ଉଦ୍ଧାର ପରେ ବ୍ୟବଚ୍ଛେଦ କରାଯାଇ ପରିବାର ଗର୍ବ ଙ୍କୁ ହସ୍ତାନ୍ତର କରିବା ସହ ଏକ ଅପମୃତ୍ୟୁ ମାମଲା ରୁଜୁ କରି ମାମଲା ତଦନ୍ତ କରୁଥିବା ଜଣାପଡିଛି।


