ପାନାସୋନିକ ଆଣିଲା ଆଣ୍ଡ୍ରଏଡ୍ ଟିଭି

ଭୁବନେଶ୍ୱର: ପାନାସୋନିକ ତରଫରୁ ପଟିଆରେ ଥିବା ଗୁପ୍ତା ଡିଷ୍ଟ୍ରିବ୍ୟୁଟର୍ସ ପରିସରରେ ନୂଆ ଆଣ୍ଡ୍ରଏଡ୍ ଟିଭି ସମେତ ହିଟର ସିରିଜ୍ ୱାସିଂ ମେସିନ୍ ଉନ୍ମୋଚନ କରାଯାଇଛି । ପାନାସୋନିକ ଆଣ୍ଡ୍ରଏଡ୍ ଟିଭି ୩୨ ରୁ ୬୫ ଇଞ୍ଚ ପର୍ଯ୍ୟନ୍ତ ବିଭିନ୍ନ ଆକାରରେ ଉପଲବ୍ଧ ହେବ । ଏଥିରେ ୧୬ ଜିବି ଇନ୍ୱିଲ୍ଟ-ମେମୋରି ରହିଛି । ଏହି ଟିଭିର ଦାମ୍ ୨୨ ହଜାର ୪୯୦ ଟଙ୍କାରୁ ଆରମ୍ଭ ହୋଇଛି । କଂପାନି ପକ୍ଷରୁ ଏହା ଉପରେ ୩ ବର୍ଷର ୱାରେଣ୍ଟି ପ୍ରଦାନ କରାଯାଉଛି । ପାନାସୋନିକର ହିଟର ସିରିଜ୍ ୱାସିଂ ମେସିନର କ୍ଷମତା ୬.୭ କେଜିରୁ ଆରମ୍ଭ ହେଉଛି । ଏହା ଉପରେ କଂପାନି ୧୦ ବର୍ଷର ୱାରେଣ୍ଟି ପ୍ରଦାନ କରୁଛି । ୱାସିଂ ମେସିନର ଦାମ୍ ୨୦ ହଜାର ଟଙ୍କାରୁ ଆରମ୍ଭ ହୋଇଛି । ନୂତନ ଉତ୍ପାଦ ଉନ୍ମୋଚନ ଅବସରରେ କଂପାନିର ଶାଖା ପ୍ରବନ୍ଧକ ଦୁର୍ଗେଶ ଶୁକ୍ଳା, ଗୁପ୍ତା ଡିଷ୍ଟ୍ରିବ୍ୟୁଟର୍ସର ପାର୍ଟନର ରାଜେଶ ଗୁପ୍ତା ଓ ପ୍ରେରିତ ଗୁପ୍ତା, ପାନାସୋନିକ୍ର ମାର୍କେଟିଂ ପ୍ରବନ୍ଧକ ଶେଖ ରଫିକୁଲ୍ଲା, ରାକେଶ ବାରିକ, ଲଲାଟ ସାହୁ ଓ ହର୍ଷ ମିତ୍ତଲ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ