ପାନୀୟ ଜଳ ପ୍ରକଳ୍ପ ସ୍ଥାନ ଚୟନକୁ ନେଇ ବିବାଦ : ଜିଲ୍ଲାପାଳଙ୍କୁ ଫେରାଦ ହେଲେ ରଘୁନାଥପୁରବାସୀ

ବାଲେଶ୍ୱର, (ସରୋଜ ପଣ୍ଡା) :-‘ବସୁଧା’ ଯୋଜନାରେ ପାନୀୟଜଳ ପ୍ରକଳ୍ପ ସ୍ଥାପନ ପାଇଁ ସ୍ଥାନ ଚୟନରେ ସୃଷ୍ଟି ହୋଇଥିବା ବିବାଦକୁ ନେଇ ଜିଲାପାଳଙ୍କଠାରେ ଫେରାଦ ହୋଇଛନ୍ତି ବସ୍ତା ବ୍ଲକ ଅସ୍ତି ଗ୍ରାମ ପଞ୍ଚାୟତର ରଘୁନାଥପୁର ଅଞ୍ଚଳବାସୀ । ଗ୍ରାମବାସୀଙ୍କ ଆପତ୍ତି ଅନୁସାରେ ବସୁଧା ଯୋଜନାରେ ରଘୁନାଥୁରରେ ଏକ ପାନୀୟ ଜଳ ପ୍ରକଳ୍ପ ସ୍ଥାପନ ପାଇଁ ସରକାରୀ ଅନୁଦାନ ମଞ୍ଜୁର ପରେ ଆରମ୍ଭ ହୋଇଥିଲା ସ୍ଥାନ ଚୟନ । ଏନେଇ ଗତ ମେ ମାସ ୧୨ ତାରିଖରେ ଅଞ୍ଚଳବାସୀଙ୍କ ନେଇ ଅନୁଷ୍ଠିତ ବୈଠକରେ ସ୍ଥାନ ଚୟନ ସହ ସେଠାରେ ପାନୀୟ ଜଳ ପ୍ରକଳ୍ପ ପାଇଁ ନିଷ୍ପତ୍ତି ନିଆଯାଇଥିଲା । ସେହିକ୍ରମରେ ଜିଲା ଗ୍ରାମ ଜଳ ଯୋଗାଣ ଓ ପରିମଳ ବିଭାଗ ପକ୍ଷରୁ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ହୋଇଥିଲା । ମାତ୍ର ଗ୍ରାମର କିଛି ଖଳ ପ୍ରକୃତିର ଲୋକଙ୍କ ପ୍ରରୋଚନାରେ ପଡ଼ି କାର୍ଯ୍ୟରତ ଠିକାଦାରଙ୍କ ଶ୍ରମିକ କର୍ମଚାରୀମାନେ ଗଭୀର ନଳକୂପ ଖନନ ବନ୍ଦ ସହ ଯନ୍ତପାତିକୁ ନେଇଯାଇଥିବା ଗ୍ରାମବାସୀମାନେ କହିଛନ୍ତି । ଚୟନ ହୋଇଥିବା ସ୍ଥାନରେ ଏହି ପ୍ରକଳ୍ପ ପ୍ରତିଷ୍ଠା ନହେଲେ ଆଗାମୀ ଦିନରେ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଗ୍ରାମବାସୀମାନେ ଚେତାବନୀ ଦେଇଛନ୍ତି । ଏନେଇ ସେମାନେ ଏକ ଦାବିପତ୍ର ଜିଲାପାଳଙ୍କୁ ପ୍ରଦାନ କରିଛନ୍ତି । ଦାବିପତ୍ର ପ୍ରଦାନ ବେଳେ ୱାର୍ଡ଼ସଭ୍ୟ ବିଜୟ କୁମାର ଦାସ, ଶେଖ ଏ ଅଲି, ଗଦାଧର ରାଉତ, କବିତା କିସ୍କୁ, ସୀତା ମାରାଣ୍ଡି, ପୁଲ ବିବି ପ୍ରମୁଖ ଉପସ୍ଥିତ ଥିଲେ । ତେବେ ଏ ବାବଦରେ ଜିଲା ଗ୍ରାମ ଜଳ ଯୋଗାଣ ଓ ପରିମଳ ବିଭାଗ ନିର୍ବାହୀ ଯନ୍ତ୍ରୀଙ୍କୁ ପଚାରିବାରୁ ସେ ଗାଁ ରାଜନୀତିର ପ୍ରତିଫଳନ ବୋଲି କହିଛନ୍ତି । ତେବେ ଖୁବଶୀଘ୍ର ଘଟଣାସ୍ଥଳକୁ ଯାଇ ଉଚିତ ପଦକ୍ଷେପ ନେବେ ବୋଲି ସେ ସୂଚନା ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ