ମାଟିଖୋଳାକୁ ବିରୋଧ ,ରାସ୍ତାରୋକ

କେନ୍ଦ୍ରାପଡା ,(ଯୁଗାବ୍ଦ ନ୍ୟୁଜ୍‌): ପୈାରାଚଂଳ ଅନ୍ତର୍ଗତ ବଡମଙ୍ଗଳା ମନ୍ଦିର ସନ୍ନିକଟ ଦଳିତ ବସ୍ତିକୁ ଜନସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପାନୀୟ ଜଳ ଯୋଗାଣ ନିମନ୍ତେ ପାଇପ ବିଛାଯିବା ପାଇଁ ମାଟିଖୋଳା କାର୍ଯ୍ୟ ଶୁକ୍ରବାର ଆରମ୍ଭ ହୋଇଥିଲା । କିନ୍ତୁ ସେହି ଜମି ଉପରେ ଜଳ ଯୋଗାଣ ପାଇଁ ମାଟି ଖୋଳା ଯାଇ ପାରିବ ନାହିଁ ବୋଲି କହି ସ୍ଥାନୀୟ ଜନୈକ ବ୍ୟକ୍ତି ବିରୋଧ କରି କାର୍ଯ୍ୟ ବନ୍ଦ କରିଦେଇଥିଲେ । ଫଳରେ କାର୍ଯ୍ୟବନ୍ଦ ପ୍ରତିବାଦରେ ଦଳିତ ବସ୍ତିର ଲୋକମାନେ ଟୁନି ମଲ୍ଲିକ ଓ ସିପ୍ରା ମଲ୍ଲିକଙ୍କ ନେତୃତ୍ୱରେ ବଡମଙ୍ଗଳା ମନ୍ଦିର ନିକଟରେ ତିନିମୁହାଣି – ଅଙ୍ଗୁଳାଇ ରାସ୍ତାକୁ ଟାୟାରଜାଳି ରାସ୍ତାରୋକ କରିଥିଲେ । ଖବରପାଇ କେନ୍ଦ୍ରାପଡା ତହସିଲର ଅତିରିକ୍ତ ତହସିଲଦାର ନମିତା ବାରିକ,ଭଗବାନପୁର ରାଜସ୍ୱ ସର୍କଲର ରାଜସ୍ୱ ନିରୀକ୍ଷକ ଓ ଟାଉନ ଥାନା ପୋଲିସ ସବଇନିସପେକ୍ଟର ଅନ୍ତର୍ଯ୍ୟାମି ବିଶ୍ୱାଳ ପୋଲିସ ଫୋର୍ସ ସହିତ ଘଟଣା ସ୍ଥଳରେ ପହଁଚି ଥିଲେ । ରାସ୍ତା ଅବରୋଧକାରୀମାନଙ୍କୁ ବୁଝାଶୁଝା କରି ଏବଂ ପୈାର ନିର୍ବାହୀ ଅଧିକାରୀ ଦେବ ପ୍ରସାଦ ବଳ ଓ ଜନସ୍ୱାସ୍ଥ୍ୟ ବିଭାଗର ଅଧିକାରୀଙ୍କ ସହିତ ଯୋଗାଯୋଗ କରି ଆସନ୍ତା ଗୁରୁବାର ମାଟି ଖୋଳା ଯାଉଥିବା ଜମିକୁ ମାପଚୁପ କରାଯିବା ପରେ ପାଇପ ଜଳ ଯୋଗାଣ ନିମନ୍ତେ ମାଟି ଖୋଳାଯିବ ବୋଲି ଅତିରିକ୍ତ ତହସିଲଦାର ଶ୍ରୀମତୀ ବାରିକ ପ୍ରତିଶୃତି ଦେବାପରେ ରାସ୍ତାରୋକ ହଟିଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ