ତୁଳସୀ ମହିଳା କଲେଜରେ ବାର୍ଷିକ କ୍ରୀଡାଉତ୍ସବ ଉଦଯାପିତ

କେନ୍ଦ୍ରାପଡା ,(ଯୁଗାବ୍ଦ ନ୍ୟୁଜ୍‌): ଗୋପସ୍ଥିତ ତୁଳସୀ ମହିଳା ମହାବିଦ୍ୟାଳୟରେ ୨୮ତମ ବାର୍ଷିକ କ୍ରୀଡା ଉତ୍ସବ ଶୁକ୍ରବାର ଉଦଯାପିତ ହୋଇଯାଇଛି । ଏହି ଉପଲକ୍ଷେ କଲେଜ ଅଧ୍ୟକ୍ଷ ସ୍ମୃତିରଞ୍ଜନ ବେହେରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦଯାପନୀ ଉତ୍ସବରେ ଅତିରିକ୍ତ ପୋଲିସ ଅଧିକ୍ଷକ ବ୍ରହ୍ମାନନ୍ଦ ଗାଗାରିନ ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆଜି କ୍ରୀଡା କ୍ଷେତ୍ରରେ ଯୁବତୀମାନେ ଉତ୍କର୍ଷତା ହାସଲ କରିଥିବାରୁ ସେହି କ୍ଷେତ୍ରରେ କ୍ୟାରିଅର ବନାଇବାକୁ କଲେଜର ଛାତ୍ରୀମାନଙ୍କୁ ପରାମର୍ଶ ଦେଇଥିଲେ । ସମ୍ମାନୀତ ଅତିଥି ଭାବେ ଜିଲ୍ଲା କ୍ରୀଡା ସଂଙ୍ଘର ସମ୍ପାଦକ ସୟଦ ଅକମଲ ଅଲ୍ଲୀ ଯୋଗଦେଇ ବକ୍ତବ୍ୟ ରଖିଥିଲେ । କଲେଜ କ୍ରୀଡା ସଂସଦର ଉପସଭାପତି ପ୍ରଫେସର ଅଜୟ କୁମାର ରାଉତ ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଅଧ୍ୟାପିକା ପଦ୍ମଜା କବି ଶତପଥୀଙ୍କ ସଂଯୋଜନାରେ ଅନୁଷ୍ଠିତ ଉତ୍ସବରେ କ୍ରୀଡା ଅଧ୍ୟାପିକା ସଂଯୁକ୍ତା ମହାନ୍ତି ବୀବରଣୀ ପାଠ କରିଥିଲେ । ଏହି ଅବସରରେ ବିଭିନ୍ନ କ୍ରୀଡା ପ୍ରତିଯୋଗିତାର କୃତି ପ୍ରତିଯୋଗୀମାନଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ