ପାନୀୟ ଜଳ ଯୋଗାଣ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ
ବୁଗୁଡ଼ା, (ଅନିଲ କୁମାର ମହାରଣା) : ପୋଲସରା ବ୍ଲକ ଓ ବୁଗୁଡା ବ୍ଲକର ପାଞ୍ଚ ଗୋଟି ଶତ ପ୍ରତିଶତ ପାନୀୟ ଜଳ ଯୋଗାଣ ପ୍ରକଳ୍ପକୁ ରବିବାର ଦିନ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ କରକମଳରେ ଭିତ୍ତିପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ପୋଲିସ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଶ୍ରୀକାନ୍ତ ସାହୁ ମୁଖ୍ୟ ଅତିଥି ରହିଥିଲେ । ଏହି ପାଞ୍ଚଟି ପାନୀୟ ଜଳଯୋଗାଣ ପ୍ରକଳ୍ପ ମଧ୍ୟରୁ ପୋଲସରା ବ୍ଲକର ଗୋଟିଏ ଗ୍ରାମ କଲମ୍ବ ରେ ୦୧ କୋଟି ୯୪ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ପ୍ରକଳ୍ପ ନିର୍ମାଣ ହେବ । ତାହାସହ ବୁଗୁଡା ବ୍ଲକର ତାଳସାକର, କାନସୁକା, ପଙ୍କଳସାହି ଓ ଡେଙ୍ଗାବାଡି ଗ୍ରାମାର ଅନ୍ୟ ୦୪ ଗୋଟି ପାନୀୟ ଜଳଯୋଗାଣ ପ୍ରକଳ୍ପ ନିର୍ମାଣ ହେବ। ତାଳସାକର ପ୍ରକଳ୍ପ ପାଇଁ ୦୧ କୋଟି ୧୮ ଲକ୍ଷ ଟଙ୍କା ବ୍ୟୟ ବରାଦ ହୋଇଥିବା ବେଳେ କାନସୁକା ପାଇଁ ୦୧ କୋଟି ୦୮ ଲକ୍ଷ ଟଙ୍କା, ପଙ୍କଳସାହି ପାଇଁ ୯୩ ଲକ୍ଷ ଓ ଡେଙ୍ଗାବାଡି ପାଇଁ ୮୫ ଲକ୍ଷ ୩୧ ହଜାର ଟଙ୍କା ବ୍ୟୟ ବରାଦ ପାଇଁ ମଞ୍ଜୁରୀ ହୋଇଥିବା ଗ୍ରାମାଞ୍ଚଳ ଜଳ ଯୋଗାଣ ଓ ପରିମଳ ବିଭାଗ ସହକାରୀ ନିର୍ବାହୀ ଯନ୍ତ୍ରୀ ଇଂ ତୁଷାର କୁମାର ସାହୁ ପ୍ରକାଶ କରିଛନ୍ତି ।