ପାନୀୟ ଜଳ ସଙ୍କଟ ନଦୀର ଗୋଳିଆ ପାଣି ବ୍ୟବହାର କରୁଛନ୍ତି ଗ୍ରାମବାସୀ କରୁଛନ୍ତି

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ) ପ୍ରଚଣ୍ଡ ରୌଦ୍ରତାପ ଯୋଗୁଁ ସମଗ୍ର କନ୍ଧମାଳରେ ଜନଜୀବନ ଅସ୍ତବ୍ୟସ୍ତ ହେଉଥିବା ବେଳେ କନ୍ଧମାଳ ଜ଼ିଲ୍ଲାର ବିଭିନ୍ନ ଗ୍ରାମାଞ୍ଚଳରେ ପାଣି ଟୋପାଏ ପାଇଁ ଲୋକେ ଡହଳ ବିକଳ ହେଉଥିବା ଦେଖିବାକୁ ମିଳୁଛି l ଯାହାକି, କନ୍ଧମାଳ ଜିଲ୍ଲାର ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ବ୍ଲକ ର ମହାସିଙ୍ଗି ଗ୍ରାମରେ ପାନୀୟ ଜଳ ସମସ୍ୟା ଦେଖା ଦେଇଛି | ମହାସିଙ୍ଗି ଗ୍ରାମ ପଞ୍ଚାୟତର ତିନୋଟି ୱର୍ଡ ମାଠିଆ ଝୋଲା ସାହି, ବେହେର୍ଦାଲାଈ ସାହି, ପୁରୁଣା ସାହିର ଲୋକେ ଟୋପାଏ ପାଣିପାଇଁ ନିକଟସ୍ଥ ଖଡଗ ନଦୀରେ ଚୁଆଁ ଖୋଳି ପାନୀୟ ଜଳ ସଂଗ୍ରହ କରୁଥିବା ଦେଖିବାକୁ ମିଳିଛି l ଗାଁରେ ପାଣିଟାଙ୍କି ଅଛି କିନ୍ତୁ ଅଧିକାଂଶ ସମୟରେ ଷ୍ଟାଣ୍ଡପୋଷ୍ଟରେ ପାଣି ଆସୁନି | ସ୍ଥାନୀୟ ଲୋକ କ.ନୂଆଗାଁ ବିଡିଓ ଓ ସ୍ଥାନୀୟ ସରପଞ୍ଚଙ୍କୁ ଅଭିଯୋଗ କରିଛନ୍ତି l ଖରା ବର୍ଷା ଶୀତ ଋତୁରେ ଗ୍ରାମବାସୀ ଗାଁ ନିକଟରେ ପ୍ରଭାହିତ ଖଡଗ ନଦୀର ଜଳଉପରେ ନିର୍ଭର କରି ଚଳୁଛନ୍ତି l ଫଳରେ ବିଭିନ୍ନ ସମୟରେ ହଇଜା ରୋଗରେ ଆକ୍ରାନ୍ତ ହେଉଥିବା ଦେଖିବାକୁ ମିଳୁଛି l ସରକାର ପ୍ରତେକ ଗାଁକୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦେଉଛନ୍ତି ବୋଲି ଡିଣ୍ଡିମ ପିଟୁଥିବା ବେଳେ ତାହା କିନ୍ତୁ ମହାସିଙ୍ଗି ପଞ୍ଚାୟତ ରେ ଲାଗୁ ହୋଇନ ଥିବା ପରି ମନେ ହେଉଛି l ଏହି ପଞ୍ଚାୟତରେ ସଦା ସର୍ବଦା ପାନୀୟ ଜଳ ସଙ୍କଟ ଲାଗିରହୁ ଥିବା ଯୋଗୁଁ ଏକ ସୋଲାର ପାଣି ଟାଙ୍କି ନିର୍ମାଣ କରିବା ପାଇଁ ୧୧ ନମ୍ବର ୱାର୍ଡ ସଭ୍ୟ ପରମାନନ୍ଦ ବେହେର୍ଦାଲାଇ, ମହିଳା ମହାସଂଘର ସଭାନେତ୍ରୀ ସୁଷମା ବେହେର୍ଦାଲାଇ, ଓ ଗୌରାଙ୍ଗ ପାତ୍ରଙ୍କ ସମେତ ମହାସିଙ୍ଗି ପଞ୍ଚାୟତର ଗ୍ରାମବାସୀ ମାନେ ପାଣିର ସମସ୍ୟା ତୁରନ୍ତ ସମାଧାନ କରିବା ପାଇଁ ଦାବୀ କରିଛନ୍ତି l ଅନ୍ୟଥା ଗ୍ରାମବାସୀ ମାନେ ରାଜରାସ୍ତାକୁ ଓଲ୍ହାଇ ଆନ୍ଦୋଳନ କରିବାକୁ ବାଧ୍ୟ ହେବେ ବୋଲି ଚେତାବନୀ ଦେଇଛନ୍ତି l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ