ପାନ୍ ଆରୋମା କାଫେ ଉଦ୍‌ଘାଟନ କଲେ ବିଧାୟକ ସୁରେଶ ରାଉତରାୟ

ଭୁବନେଶ୍ୱର, (ଓ୍ବାଇଏନ୍ଏସ୍):ଆଜି ଅପରାହ୍ନରେ ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ ନବଯୁଗ ରିସର୍ଟ୍ଟଠାରେ ଏକ ଅତ୍ୟାଧୁନିକ ପାନ ବିକ୍ରୟ କେନ୍ଦ୍ର ଉଦ୍‌ଘାଟନ କରିଛନ୍ତି । ଏହି ବିକ୍ରୟ କେନ୍ଦ୍ରର ନାମ ପାନ୍ ଆରୋମା କାଫେ ରଖାଯାଇଛି । ଯାହାର ମାଲିକଙ୍କ ନାମ ସମୀର ଦାସ । ସେଠାରେ ସର୍ବନମ୍ନ ପାନର ମୂଲ୍ୟ ୨୦ ଟଙ୍କା ରଖାଯାଇଥିବା ବେଳେ ସର୍ବାଧିକ ପାନର ମୂଲ୍ୟ ୨୧୦୦ ଟଙ୍କା ରଖାଯାଇଛି । ଏଠାରେ ଲଡ଼ୁପାନ, ଆଇସକ୍ରମି ପାନ, ଧୂଆଁପାନ, ମିଠାପାନ, ଚଟଣୀପାନ ଓ ଜୁସ୍ ପାନ ପ୍ରଭୃତି ୧୫୦ ପ୍ରକାରର ପାନ ରଖାଯାଇଛି । ଭୁବନେଶ୍ୱରରେ ଏଭଳି ପାନ ଦୋକାନ ବିରଳ । ଏହି ପାନ ଦୋକାନ ଅତ୍ୟାଧୁନିକ ଶୈଳୀରେ ବ୍ୟବସ୍ଥିତ ହୋଇଛି । ଏହି କେନ୍ଦ୍ରଟି ଗ୍ରାହକଙ୍କ ଆକର୍ଷଣର କେନ୍ଦ୍ର ହେବ ବୋଲି ଶ୍ରୀ ରାଉତରାୟ କହିଛନ୍ତି । ମେଟ୍ରୋସିଟିରେ ଏଭଳି ଦୋକାନ ଖୋଲିବାର ଆବଶ୍ୟକତା ମଧ୍ୟ ରହିଛି । ଏହି ଉଦ୍‌ଘାଟନ କାର୍ଯ୍ୟରେ ସମାଜସେବୀ ମନୋଜ ଜେନା, ପ୍ରକାଶ ମିଶ୍ର, ଆଶିଷ ଦତ୍ତ ଓ ମଳୟ ଜେନା ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ