ପାପଡାହାଣ୍ଡିରେ ସହିଦ୍ ସ୍ମୃତି ଦିବସ ପାଳିତ

ନବରଙ୍ଗପୁର ,(ଯୁଗାବ୍ଦ ନ୍ୟୁଜ୍) : ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ସ୍ଥିତ ନଦୀକୂଳରେ ଇଂରେଜ ଗୁଳିରେ ୧୯ ଜଣ ସ୍ୱାଧିନତା ସଂଗ୍ରାମୀ ୧୯୪୨ ମସିହା ଅଗଷ୍ଟ ୨୪ ତାରିଖରେ ପ୍ରାଣ ହରାଇଥିଲେ । ଏହି ସହିଦ ସ୍ମୃତି ଦିବସକୁ ମନେ ପକାଇ ପ୍ରତିବର୍ଷ ଭଳି ଏହି ବର୍ଷ ମଧ୍ୟ ରକ୍ତତୀର୍ଥ ପାପଡାହାଣ୍ଡି ଠାରେ ସହିଦ୍ ସ୍ମୃତି ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ଆୟୋଜିତ କାର‌୍ୟ୍ୟକ୍ରମରେ ପ୍ରଥମେ ସହିଦ ମଶାଲ ପାପଡାହାଣ୍ଡି ଠାରେ ପହଞ୍ଚିବା ପରେ ରାଜ୍ୟ ଜାତି ଓ ଜନଜାତି ତଥା ପଛୁଆ ବର୍ଗ କଲ୍ୟାଣ ବିଭାଗ ମନ୍ତ୍ରୀ ଜଗନ୍ନାଥ ସାରକା , ମନ୍ତ୍ରୀ ପଦ୍ମିନୀ ଦିଆନ, ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ, ନବରଙ୍ଗପୁର ବିଧାୟକ ସଦାଶିବ ପ୍ରଧାନୀ, ଉମରକୋଟ ବିଧାୟକ ନିତ୍ୟାନନ୍ଦ ଗୋଣ୍ଡ, ଝରିଗାଁ ବିଧାୟକ ପ୍ରକାଶ ମାଝୀ, ସାଂସଦ ରମେଶ ମାଝୀ, ଜିଲ୍ଲାପାଳ ଡକ୍ଟର ଅଜିତ କୁମାର ମିଶ୍ର, ଏସପି ନିତିନ କୁଶଲକର ତଥା ଅନ୍ୟାନ୍ୟ ଅତିଥି ଓ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ସ୍ୱାଗତ କରାଯାଇଥିଲା । ଏକ ବିରାଟ ପଟୁଆରରେ ମଶାଲ କୁ ସହିଦ ପୀଠକୁ ଅଣାଯାଇ ପୀଠ ନିକଟରେ ସ୍ଥାପନା କରାଯାଇଥିଲା । ଅତିଥି ମାନେ ସହିଦ ସ୍ତମ୍ଭ ନିକଟରେ ଥିବା ଟୁରି ନଦୀକୂଳ ରେ ସହିଦ ମାନଙ୍କ ଉଧ୍ୟେସ୍ୟ ରେ ତିଳତର୍ପଣ କରିବା ପରେ ପୋଲିସ ବିଭାଗ ପକ୍ଷରୁ ଗାର୍ଡ ଅଫ ଅନର ପ୍ରଦାନ କରାଯାଇଥିଲା । ଏହାପରେ ଅତିଥି ମାନଙ୍କ ଦ୍ୱାରା ସହିଦ ଙ୍କ ମୂର୍ତ୍ତି ମାନଙ୍କ ରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ସର୍ବଧର୍ମ ପ୍ରାର୍ଥନା ସଭା ଅନୁଷ୍ଠିତ ହୋଇଥିଲା । ପ୍ରତ୍ୟେକ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ସହିଦ ମାନଙ୍କ ଦାୟାଦ ମାନଙ୍କୁ ଅତିଥି ମାନେ ସମ୍ବର୍ଦ୍ଧିତ କରିଥିଲେ । ସହିଦଙ୍କ ସ୍ମୃତି ସଭାରେ ଅତିଥିମାନେ ସହିଦ ମାନଙ୍କ ସ୍ମୃତି ଚାରଣ କରିବା ସହ ସହିଦ ପରିବାରର ସମସ୍ୟା ଗୁଡିକର ସମାଧାନ କରିବା ପାଇଁ ମତପ୍ରକାଶ ପାଇଥିଲା । ଏଥିସହ ଉକ୍ତ କାର‌୍ୟ୍ୟକ୍ରମ କୁ କେବଳ ନବରଙ୍ଗପୁର ଜିଲ୍ଲା ମଧ୍ୟରେ ସୀମିତ ରଖାଯାଇ କେବଳ ଜିଲ୍ଲା ସ୍ତରୀୟ କାର‌୍ୟ୍ୟକ୍ରମ କରାଯାଉଥିବାରୁ ସହିଦ ସ୍ମୃତି ସଂଘ ତରଫରୁ ଏହି କାର‌୍ୟ୍ୟକ୍ରମ କୁ ରାଜ୍ୟସ୍ତରୀୟ କାର‌୍ୟ୍ୟକ୍ରମ କରାଯାଇ ରାଜ୍ୟସ୍ତରରେ ପାଳନ କରିବା ପାଇଁ ଦାବି ରଖାଯାଇଥିଲା ।ସଭାରେ ଅତିଥି ଭାବେ ଆସିଥିବା ମନ୍ତ୍ରୀ ଜଗନ୍ନାଥ ସାରକା ମୁଖ୍ୟମନ୍ତ୍ରୀ ଙ୍କ ଆଲୋଚନା କରି ଏଦିଗରେ ପଦକ୍ଷେପ ନେଇ ରାଜ୍ୟସ୍ତରରେ ମଧ୍ୟ ପାଳନ କରିବା କୁ ପଦକ୍ଷେପ ନେବେ ବୋଲି ସୂଚନା ଦେଇଥିଲେ । \n

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ