ପାବନ ଶ୍ରୀକ୍ଷେତ୍ରରେ ଶୀଜୀଉଙ୍କ ନାଗାର୍ଜୁନ ବେଶ

ହିଞ୍ଜିଳିକାଟୁ, (ଶେଷଦେବ ସାହୁ): ହିଞ୍ଜିଳିକାଟୁ ପୌରାଂଚଳ ବଇଁଚବଣିଆ ପାବନ ଶ୍ରକ୍ଷେତ୍ର ଶ୍ରୀଜଗନ୍ନାଥ ମନ୍ଦିରରେ ଶୁକ୍ରବାର ପ୍ରଥମ ଥର ପାଇଁ ନାଗାର୍ଜୁନ ବେଶରେ ମହାପ୍ରଭୁ ଶ୍ରୀ ବଳଭଦ୍ର, ଶ୍ରୀଜଗନ୍ନାଥ, ଦେବୀ ସୁଭଦ୍ରା ଓ ଚକ୍ରରାଜ ସୁଦର୍ଶନ ସୁସଜ୍ଜିତ ହୋଇ ଭକ୍ତ ମାନଙ୍କୁ ଦର୍ଶନ ଦେଇଛନ୍ତି । ବିଗତ ୨୫ ବର୍ଷ ପରେ ଏହି ଦୁର୍ଲଭ ବେଶ କାର୍ତିକ ମଙ୍କସର ଷଡ଼ ଦିବସୀୟ ପଂଚକ ଅବସରରେ ପଡ଼ିଥିବାରୁ ବିପୁଳ ଜନ ସମାଗମ ହେବାର ଆଶଙ୍କା ରହିଥିଲା । କୋଭିଡ଼-୧୯ କଟକଣା ଯୋଗୁଁ ମନ୍ଦିର ପ୍ରଶାସନ ପକ୍ଷରୁ ପ୍ରଶାସନର କୋଭିଡ଼ କଟକଣା ସହକାରେ ଭକ୍ତ ମାନଙ୍କୁ ନାଗାର୍ଜୁନ ବେଶ ଦର୍ଶନ କରିବା ସକାଶେ ମନ୍ଦିର ମଧ୍ୟକୁ ପ୍ରବେଶ କରିବା ସକାଶେ ଅନୁମତି ପ୍ରଦାନ କରାଯାଇଥିଲା ।ଶ୍ରୀଜୀଉ ମାନଙ୍କ ଏହି ଦୁର୍ଲଭ ବେଶ ପ୍ରସ୍ତୁତି ସକାଶେ ଗତ ୩/୪ ମାସ ଧରି ଉଦ୍ୟମ କରାଯାଇଥିଲା ।ଏହି ବେଶର ନିର୍ମାଣ, ଶ୍ରୀଜୀଉ ମାନଙ୍କ ପାଟପତନି, ମୁକୁଟ, ବାଘନଶି ହାର, ମାଳା ବସୁଣୀ, ରୂପା ଅଳଙ୍କାର, ମଥାମଣି ଓ ଅନ୍ୟାନ ଅଳଙ୍କାର ସକାଶେ ପ୍ରାୟ ୨ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିବା ମନ୍ଦିରର ମୁଖ୍ୟ ପୂଜକ ପଣ୍ଡିତ କୃଷ୍ଣଚନ୍ଦ୍ର ପଣ୍ଡା ଓ ମନ୍ଦିର ପ୍ରଶାସନ ସେବକ ନିର୍ମଳ ମିଶ୍ର କହିଛନ୍ତି । ଏହି ଦୁର୍ଲଭ ବେଶ ଠାକୁରଙ୍କ ଲାଗି କରାଇବା ପାଇଁ ଶୁକ୍ରବାର ଭୋର ୨ଟାରୁ ମହାପ୍ରଭୁ ମାନଙ୍କ ଦୈନିକ ସେବା ସହ ମଙ୍ଗଳ ଆଳତି, ଅବକାଶ, ବଲ୍ଲଭ, ଦ୍ୱାରପାଳ ପୂଜା ଆଦି ସମାପନ କରାଯାଇଥିଲା । ମଇଲମ ପରେ ମୁଖ୍ୟ ପୂଜକ ପଣ୍ଡା, ସହାୟକ ସେବକ ସରୋଜ ନନ୍ଦ, ଉମା ଶଙ୍କର ପଣ୍ଡା, ଶିଶିର ପଣ୍ଡା ଦୀର୍ଘ ସାଢେ ୪ଘଂଟା ଧରି ଶ୍ରୀଜୀଉ ମାନଙ୍କୁ ନାଗାର୍ଜୁନ ବେଶରେ ସୁସଜ୍ଜିତ କରିବା ପରେ ସକାଳ ୭ଟା ପରେ ଭକ୍ତ ମାନଙ୍କୁ ଶ୍ରୀ ଜୀଉ ମାନଙ୍କ ନାଗାର୍ଜୁନ ବେଶ ଦର୍ଶନ କରିବାର ସୁଯୋଗ ମିଳିଥିଲା । ତ୍ରିସୂତ୍ରୀ କୋଭିଡ଼ କଟକଣାକୁ କଡ଼ାକଡ଼ି ଭାବେ ପାଳନ କରି ଭକ୍ତ ମାନଙ୍କୁ ଶୃଙ୍ଖଳିତ ଓ ସ୍ୱଳ୍ପ ସମୟ ପାଇଁ ମହାଦର୍ଶନର ସୁଯୋଗ ମିଳିଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ