ପାବନ ଶ୍ରୀକ୍ଷେତ୍ରସ୍ଥ ବିମଳାଙ୍କ ପାର୍ବଣତ୍ସୋବ

ହିଞ୍ଜିଳିକାଟୁ, (ଶେଷଦେବ ସାହୁ): ହିଂଜିଳିକାଟୁ ପୌରାଂଚଳ ବଇଁଚଣିଆ ପାବନ ଶ୍ରୀକ୍ଷେତ୍ର ଶ୍ରୀମନ୍ଦିର ପରିସରସ୍ଥ ମା’ ବିମଳାଙ୍କ ନବଦିନାତ୍ମକ ଶାରଦୀୟ ପାର୍ବଣ ଗତ ୨୯ ତାରିଖ ଠାରୁ ପାରମ୍ପରିକ ରୀତିନୀତି ଅନୁକ୍ରମେ ପୁଜାପାଇ ଆସୁଛି । ପ୍ରତ୍ୟେହ ମା’ଙ୍କ ଷୋଡ଼ଶ ଉପଚାରରେ ବୈଦିକ ରୀତିରେ ହୋମାଦି ଚାଲିଛି । ଏହି ପାର୍ବଣ ଅବସରରେ ମନ୍ଦିରର ମୁଖ୍ୟ ପୂଜକ କୃଷ୍ଣ ଚନ୍ଦ୍ର ପଣ୍ଡା ମା’ଙ୍କୁ ପ୍ରତ୍ୟେହ ନୂତନ ବେଶରେ ସଜ୍ଜିତ କରାଇଥାନ୍ତି ।କ୍ରମାନ୍ୱୟରେ ମା’ ବିମଳା, ବନଦୁର୍ଗା, ଭୂବନେଶ୍ୱରୀ, ନାରାୟଣୀ, ଉଗ୍ରତାରା, ମାତାଙ୍ଗୀ, ରାଜରଜେଶ୍ୱରୀ, ଅଷ୍ଟଭୁଜା ଓ ଦଶଭୁଜା ଦେବୀ ରୂପେଭକ୍ତ ମାନଙ୍କୁ ଦର୍ଶନ ଦେଇଥାନ୍ତି । ମନ୍ଦିରର ପାଟ ପୁରୋହିତ ପଣ୍ଡିତ ଗତିକୃଷ୍ଣ ଶର୍ମା ଓ ସହାୟକ ପଣ୍ଡିତ ରଂଜିତ ଦାଶ ଶର୍ମା ପୂଜାର୍ଚ୍ଚନା, ମାର୍ଜଣା, ଚଣ୍ଡିପାଠ, ହୋମାଦି ଯାବତୀୟ କର୍ମକାଣ୍ଡ ବିଧାନ କରୁଛନ୍ତି । ମା’ଙ୍କ ବେଶ, ଆଳତି, ହୋମାଦି ଦର୍ଶନ ପାଇଁ ଭକ୍ତ ମାନଙ୍କ ଭିଡ଼ ପରିଲିକ୍ଷିତ ହେଉଛି । ମନ୍ଦିର ପ୍ରଶାସନ ସେବା ପକ୍ଷରୁ ପ୍ରଶାସନ ସେବକ ନିର୍ମଳ ମିଶ୍ରଙ୍କ ତତ୍ୱାବଧାନରେ ସରୋଜ ନନ୍ଦ, ପଦ୍ମନାଭ ରଥ, ଉମା ଶଙ୍କର ପାତ୍ର, କାହ୍ନୁ ଚରଣ ପାତ୍ର ଓ ଅନ୍ୟାନ କର୍ମକର୍ତାଙ୍କ ସହଯୋଗରେ ନବଦିନାତ୍ମକ ପାର୍ବଣ ସମ୍ପାଦିତ ହୋଇ ଆସୁଛି । ଅନୁରୁୂପ ଭାବେ ହିଂଜିଳିର ମା’ କନକଦୁର୍ଗା ମନ୍ଦିରରେ ଷୋଡ଼ଶ ଦିନାତ୍ମକ ପାର୍ବଣ ଓ ଶ୍ୟାମାକାଳୀ, ଦଣ୍ଡକାଳୀ, ବାରାହୀ ପାହାଡ଼ ଉପରିସ୍ଥ ବୈଷ୍ଣବଦେବୀ, ଗାୟତ୍ରୀ ମନ୍ଦିରରେ ନବଦିନାତ୍ମକ ପଂଚ ଦିନାତ୍ମକ, ତ୍ରିଦିନାତ୍ମକ ପୂଜା ପାର୍ବଣ ଅନୁଷ୍ଠିତ ହେଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ