“ଶଶୁରାଲ୍ ସିମର୍ କା’ ଅଭିନେତ୍ରୀ ଦୀପିକା କକ୍କର ଅସୁସ୍ଥ, ଶୀଘ୍ର ସୁସ୍ଥ ହୁଅନ୍ତୁ ବୋଲି ପ୍ରାର୍ଥନା କଲେ ସ୍ୱାମୀ
“ଶଶୁରାଲ୍ ସିମର୍ କା’ ଅଭିନେତ୍ରୀ ଦୀପିକା କକ୍କର ଅସୁସ୍ଥ ହୋଇ ହସ୍ପିଟାଲରେ ପଡ଼ିଛନ୍ତି । ତାଙ୍କ ସ୍ୱାମୀ ସୋଏବ ସେ ଶୀଘ୍ର ସୁସ୍ଥ ହୁଅନ୍ତୁ ବୋଲି ଭଗବାନଙ୍କୁ ପ୍ରାର୍ଥନା କରୁଛନ୍ତି । ଦୀପିକାଙ୍କର ଏକ ଫଟୋ ଦେଇ ସୋଏବ ତାଙ୍କ ଇନ୍ଷ୍ଟାରେ ଲେଖିଛନ୍ତି, “ବାସ୍ ଏବେ ଶୀଘ୍ର ଭଲ ହୋଇଯାଅ । ସେ ଜଲ୍ଦି ଭଲ ହୋଇଯାଆନ୍ତୁ ବୋଲି ପ୍ରାର୍ଥନା କରନ୍ତୁ ।’ ତେବେ, ଦୀପିକାଙ୍କ ଦେହ ବାସ୍ତବରେ କ’ଣ ହୋଇଛି ତାହା ଏଯାବତ୍ ଜଣାପଡ଼ି ନାହିଁ ।
୨୦୧୮ ମସିହା ଫେବ୍ରୁଆରି ମାସରେ ସୋଏବ ଓ ଦୀପିକା ପରସ୍ପରଙ୍କୁ ବିବାହ କରିଥିଲେ । ସେମାନଙ୍କ ବିବାହ ଭୋପାଳରେ ହୋଇଥିଲା । ୨୦୧୦ ମସିହାରେ “ନିର୍ ଭରେ ତେରେ ନୈନା ଦେବୀ’ ଧାରାବାହିକ ଜରିଆରେ ତାଙ୍କର ଟେଲିଭିଜନ ଡେବ୍ୟୁ କରିଥିଲେ । ପରେ ସେ “ଅଗଲେ ଜନମ ମାହେ ବେଟିୟା ହି କିଜୋ’ରେ ଦେଖିବାକୁ ମିଳିଲେ । ବହୁ ଲୋକପ୍ରିୟ ଧାରାବାହିକ “ଶଶୁରାଲ୍ ସିମର୍ କା’ରେ ସିମର୍ ଭରଦ୍ୱାଜ ଭୂମିକା ନିଭାଇ ଚର୍ଚ୍ଚା ପାଲଟିଥିଲେ ଦୀପିକା । ସେ ୨୦୧୮ ମସିହାରେ ଦେଶର ବଡ଼ ରିୟଲିଟି ସୋ’ “ବିଗ୍ବସ୍’ର ବିଜୟିନୀ ମଧ୍ୟ ହୋଇଥିଲେ ।


