ପାରଖେଖେମୁଣ୍ଡି ଠାରେ ଉଠା ଜଳସେଚନ ଭିଭାଗ ପକ୍ଷରୁ ପାଣି ପଞ୍ଚାୟତର ପକ୍ଷ ପାଳନ

ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା): ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଉଠା ଜଳସେଚନ ବିଭାଗ ପକ୍ଷରୁ ପାଣି ପଞ୍ଚାୟତ ପକ୍ଷ ଉଠା ଜଳସେଚନ ସମ୍ମିଳନୀ କକ୍ଷ ଠାରେ ପାଣି ପଞ୍ଚାୟତ ପକ୍ଷ ପାଳନ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଜି ତିରୁପତି ରାଓ ଯୋଗଦେଇ ପ୍ରଦିପ ପ୍ରଜ୍ବଳନ କରି ଏହି କାର୍ଯ୍ୟକ୍ରମ କୁ ଶୁଭ ଉଦ୍ଘାଟନ କରିଥିଲେ। ଏହି କାର୍ଯ୍ୟକ୍ରମ ରେ ବିଭାଗ ର କାର୍ଯ୍ୟନିର୍ବାହୀ ଯନ୍ତ୍ରୀ – ବିନୋଦ ଚନ୍ଦ୍ର ଦାସ ସ୍ବାଗତ ଭାଷଣ ପ୍ରଦାନ କରି ଅତିଥି ପରିଚୟ ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମ ରେ ସମ୍ମାନୀତ ଅତିଥି ଭାବରେ ଅତିରିକ୍ତ ଜିଲ୍ଲାପାଳ ବିରେନ୍ଦ୍ର କୁମାର ଦାଶ, ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ବଳରାମ ସୁବୁଦ୍ଧି ଉଦ୍ୟାନ ଉପନିର୍ଦେଶକ ଶୁଶାନ୍ତ ରଞ୍ଜନ ଦାସ , ବୈଜ୍ଞାନିକ ସୁଶ୍ରୀ ଚୌଧୁରୀ ପ୍ରମୁଖ ମଞ୍ଚସ୍ଥ ଥିଲେ । ଅତିଥି ମାନେ ପାଣି ପଞ୍ଚାୟତ ର ଉଦେଶ୍ୟ ଆଭିମୁଖ୍ୟ ଉପରେ ନିଜର ମତଦାନ କରିଥିଲେ। କିପରି ପାଣି କୁ ନଷ୍ଟ ନକରି ପାଣି କୁ ସଞ୍ଚୟ କରି କମ୍ ପାଣି ରେ ଚାଷୀ ଚାଷ କରିପାରିବେ ତାହା ଉପରେ ମତ ବ୍ୟକ୍ତ କରିଥିଲେ। ତତ୍ ସହିତ ଧାନ ଚାଷ ସହିନ ଅନ୍ୟ ଚାଷ କଲେ ଚାଷୀ ଲାଭଦାୟକ ହୋଇପାରିବ ବୋଲି ମତପ୍ରକାଶ କରିଥିଲେ ଅନ୍ୟ ବିଭାଗ ର ଅଧିକାରୀ ଉପରିସ୍ଥ ରହି ବିଭିନ୍ନ ଯୋଜନା ନେଇ ଚାଷିକୁ ସଚେତନତା କରିଥିଲେ। ଏହି କାର୍ଯ୍ୟକ୍ରମ ରେ ଚାଷୀ ମାନେ ବିଭିନ୍ନ ସମସ୍ୟା ସମ୍ପର୍କରେ ବିଭାଗୀୟ ର୍କୃପକ୍ଷଙ୍କୁ ଅବଗତ କରାଇଥିଲେ ଏହାର ତୁରନ୍ତ ସମାଧାନ ସକାଶେ ବିଭାଗୀୟ ର୍କୃପକ୍ଷ ଚାଷୀ ଙ୍କୁ ଆଶ୍ଵସନା ଦେଇଥିଲେ। ଏହି କାର୍ଯ୍ୟକ୍ରମ ଉପଲକ୍ଷେ ବିଭିନ୍ନ ପ୍ରତିଯୋଗିତା ର ଛାତ୍ର ଛାତ୍ରୀ ମଧ୍ୟରେ ଅନୁଷ୍ଠିତ ହୋଇଥିଲା।କୃତି ଛାତ୍ର ଛାତ୍ରୀ ମାନଙ୍କୁ ମୁଖ୍ୟ ଅତିଥିଙ୍କ ଦ୍ବାରା ପୁରସ୍କାର ମାନପତ୍ର ପ୍ରଦାନ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ରେ ବହୁ ଚାଷୀ ପାଣି ପଞ୍ଚାୟତ ସଭାପତି, ସମ୍ପାଦନା, ସଦସ୍ୟମାନେ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମ କୁ ଧନ୍ୟବାଦ ଅର୍ପଣ କରିଥିବା ବେଳେ ବିଭାଗୟ କର୍ମଚାରୀମାନେ ସହଯୋଗ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ