ପାରମ୍ପରିକ ଚାଙ୍ଗୁ ବାଦ୍ୟ ଓ ନୃତ୍ୟ ସହିତ ଭକ୍ତଙ୍କୁ ସ୍ୱାଗତ କଲେ ବିଧାୟକ ଫକୀର ମୋହନ ନାଏକ
କରଞ୍ଜିଆ,(ଜିତେନ୍ଦ୍ର ରାଜ):ବାଥୁଡି ସମାଜର ଅଠରଦେଉଳ ସ୍ଥିତ ମାନବ ଦେଉଳ ବାର୍ଷିକ ପୂଜା ଯାତ୍ରା ଆଜି ଶୁଭାରମ୍ଭ ହୋଇଛି
ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଶିମିଳିପାଳ ଅଭୟାରଣ୍ୟ ମଧ୍ୟରେ ଲେମ୍ବୁଗଡା ନିକଟରେ ଥିବା ବାଥୁଡି ସମ୍ପ୍ରଦାୟ ର ଆରାଧ୍ୟ
ପ୍ରଭୁ ବଡାମ ମାତା ବଡାମଣି ଙ୍କ ଅସ୍ଥାନ ଅଠରଦେଉଳ ବା ମାନବ ଦେଉଳ କୁ ଯଶିପୁର ରୁ ଶିମିଳିପାଳ ର ପ୍ରବେଶ ପଥ କାଳିଆଣୀ ଠାରୁ ଆରମ୍ଭ ହୋଇଛି ହଜାର ହଜାର ସଂଖ୍ୟା ରେ ବଡାମ ଓ ବଡାମଣି ଭକ୍ତ ପାରମ୍ପରିକ ପୋଷାକ ରେ ଆଜି ଅଠରଦେଉଳ ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି ଆଜି ତେଲକୋଇ ବିଧାୟକ ପ୍ରବେଶ ପଥ ରେ ଉପସ୍ଥିତ ରହି ସମସ୍ତ ବଡାମ ଓ ବଡାମଣି ଭକ୍ତ ଙ୍କୁ ସ୍ୱାଗତ କରିଥିଲେ ସେ ପାରମ୍ପରିକ ଚାଙ୍ଗୁ ବାଦ୍ୟ ବଜାଇ ସମସ୍ତ ଭକ୍ତ ଙ୍କୁ ସ୍ୱାଗତ କରିଥିଲେ ତାଙ୍କ ସହିତ ଅଠରଦେଉଳ ପରିଚାଳନା ସମିତି ସଭାପତି ଦେବେନ୍ଦ୍ର ନାଥ ନାଏକ, ଉପସଭାପତି ମିନତୀ ନାଏକ, ସହ ସମ୍ପାଦକ ବିନୋଦ ବିହାରୀ ନାଏକ,ଉପସଭାପତି ରଣଜିତ ସଂକ୍ଷିଆଳ, ରମେଶ ଚନ୍ଦ୍ର ନାଏକ ପ୍ରମୁଖ ଉପସ୍ଥିତ ଥିଲେ
ବାଥୁଡି ସମାଜ ର ଆରାଧ୍ୟ ବଡାମ ଠାକୁର ଙ୍କ ବାର୍ଷିକ ଅଠରଦେଉଳ ସ୍ଥିତ ମାନବ ଦେଉଳ ବାର୍ଷିକ ପୂଜା ଚଳିତ ବର୍ଷ ମାର୍ଚ୍ଚ ୩୦ ଠାରୁ ଏପ୍ରିଲ ୬ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ବୋଲି ଅଠରଦେଉଳ ପରିଚାଳନା ସମିତି ପକ୍ଷରୁ ସୂଚନା ଦିଆଯାଇଛି.