ପାରଳାଖେମୁଣ୍ଡିରେ ମାଂସ ଦୋକାନରେ ଚଢଉ, 30 ହଜାର ଟଙ୍କା ଜରିମାନା ଆଦାୟ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ପାରଳାଖେମୁଣ୍ଡି ସହରର ବିଭିନ୍ନ ମାଂସ ଦୋକାନ ଉପରେ ପୌରପରିଷଦ ଓ ଖାଦ୍ୟ ସୁରକ୍ଷା ବିଭାଗ ପକ୍ଷରୁ ଚଢଉ କରାଯାଇଛି| ଫୁଡ ଲାଇସେନ୍ସ ନଥାଇ ଏବଂ ଆବର୍ଜନା ପରିଚାଳନା ନିୟମ ଉଲଙ୍ଘନ କରି ବ୍ୟବସାୟ କରୁଥିବା ମାଂସ ଦୋକାନୀଙ୍କ ସମେତ କିଛି ଜଳଖିଆ ଦୋକାନରେ ଚଢଉ କରି ସେମାନଙ୍କ ଠାରୁ ୩୦ ହଜାର ଟଙ୍କା ଜୋରିମାନା ଆଦାୟ କରାଯାଇଛି ା ସୂଚନାଥାଉକି, ଗତକାଲି ପୌର ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ବନମାଳୀ ଶତପଥି, ଜିଲା ଖାଦ୍ୟ ସୁରକ୍ଷା ଅଧିକାରୀ ତପସ୍ବିନୀ ବେହେରା, ପୌର ପରିଷଦ କର୍ମଚାରୀ ଓ ସ୍ଥାନୀୟ ପୁଲିସକୁ ନେଇ ଗଠନ ହୋଇଥିବା ମିଳିତ ଟିମ ସହରର ବିଭିନ୍ନ ଦୋକାନ ବଜାରରେ ଚଢଉ କରି ୧୬୭ କେଜି ପଲିଥିନ ଜବତ କରିଥିଲେ ା ଫୁଡ ଲାଇସେନ୍ସ ଓ ଟ୍ରେଡ ଲାଇସେନ୍ସ ନଥିବା କିଛି ଦୋକାନୀଙ୍କ ଠାରୁ ଜୋରିମାନା ମଧ୍ୟ ଆଦାୟ କରାଯାଇଥିଲା |


