ପାରଳାଖେମୁଣ୍ଡିର ପ୍ରସିଦ୍ଧ ମାତାରିଣୀ ପୀଠରେ ୨୧ତମ ବାର୍ଷିକ ପୂଜା

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା): ପ୍ରାଚିନ ଶକ୍ତିପୀଠ ପାରଳାଖେମୁଣ୍ଡିର ରେଇଲବେ ପ୍ଲାଟଫୋର୍ମ ପାର୍ଶ୍ୱସ୍ତ ମାତାରିଣୀଙ୍କ ୨୧ତମ ବାର୍ଷିକ ପୂଜା ଅର୍ଚନା ନିଡlମ୍ବର ସହକାରେ ପାଳିତ ହୋଇସାରିଛି । ଉଦ୍ଘାଟନୀରେ କଳସି(ଘଟ) ନଗର ପରିକ୍ରମା ସୀମିତ ପରିସରରେ ହେବା ଓ ଯଥା ବିଧିରେ ପୂଜା ହେବାପରେ ସନ୍ଧ୍ୟାରେ ଗୁରୁନୃସିଂହ ପ୍ରସାଦ ପାଧୀନଙ୍କ ନିର୍ଦେଶନାରେ ଗଜପତି କଳା ପରିଷଦର କଣ୍ଠଶିଳ୍ପୀ ଗଣ ଭଜନ ପରିବେଷଣ କରିଥିଲେ।ମୁଖ୍ୟଅତିଥି ଭାବେ ଓଡିଶା ସାହିତ୍ୟ ଏକାଡେମୀ ଗଜପତି ସାଦଷ୍ୟ ବିଚିତ୍ରାନନ୍ଦ ବେବର୍ତ୍ତା,ମୁଖ୍ୟ ବକ୍ତାଭାବେ ପଣ୍ଡିତ ନରସିଂହ ଗୌଡ଼,ସମ୍ମାନିତ ଅତିଥିଭାବେ ଲକ୍ଷ୍ମୀକାନ୍ତ ପଟନାୟକ ଯୋଗଦେଇ ଭଜନ,ପ୍ରାର୍ଥନା,ଜଣାଣ ତିନି ବର୍ଗକୁ ବର୍ଣ୍ଣନା କରିଥିଲେ।ସଭାପତିତ୍ୱ ତ୍ରିପତି ପ୍ରସାଦ ପଣ୍ଡା କରିଥିବାବେଳେ ସ୍ୱତନ୍ତ୍ର ଅତିଥି ଭାବେ ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପରିଷଦର ଭାରପ୍ରାପ୍ତ ଅଧ୍ୟକ୍ଷ ଡ଼ାକ୍ତର ମୁର୍ମୂ ଯୋଗଦାନକରି ଥିଲେ । ତାରିଣୀ ସେବିକା ପୂର୍ଣବାସୀ ବେହେରା,ସେବକ ଜୟଚନ୍ଦ୍ର ବେହେରା,ସନ୍ତୋଷ ବେହେରା,ଜିତୁ ପାତ୍ର,ତନୁଜା ଶତପଥୀ, ମମତା ଆପଟ,ପ୍ରଭୃତି ପରିଚାଳନା କରିଥିଲେ।ସମସ୍ତ କଣ୍ଠଶିଳ୍ପୀ ଙ୍କୁ ପ୍ରମାଣ ପତ୍ର ମେଡାଲ ଓ ଆର୍ଥିକ ପୁରସ୍କାର ପ୍ରଦାନ କରାଯାଇଥିଲା।କୋଭିଡ ଗାଇଡ ଲାଇନ ପାଳନ କଡ଼ାକଡ଼ି ରହିଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ