ପାରଳାଖେମୁଣ୍ଡି ଓକିଲ ସଂଘ ନିର୍ବାଚନ ପାଇଁ ୨୦ଜଣଙ୍କ ନାମାଙ୍କନ ଦାଖଲ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) – ପାରଳାଖେମୁଣ୍ଡି କୋର୍ଟ ପରିସରରେଥିବା ଜିଲା ବାର ସଂଘ କାର୍ଯ୍ୟାଳୟରେ ଚଳିତବର୍ଷର ଓକିଲ ସଂଘ ନିର୍ବାଚନ ପାଇଁ ନାମାଙ୍କନ ଦାଖଲ ପକ୍ରିୟା ଅନୁଷ୍ଠିତ ହୋଇଯାଇଛି । ମୋଟ ୨୦ଜଣ ଏଥିରେ ନାମାଙ୍କନ ପତ୍ର ଦାଖଲ କରିଥିବା ସୁଚନା ମିଳିଛି । ଏହି ନିର୍ବାଚନପାଇଁ ସଭାପତି ପଦ ହାତୋଇବା ପାଇଁ ଆଇନଜୀବୀ ରାମନାଥ ମିଶ୍ର ଗୋଟିଏ ସେଟ, କୃଷ୍ଣ ମୋହନ ପଟ୍ଟନାୟକ ଗୋଟିଏ ସେଟ, ପାଣ୍ଟଲା ପ୍ରସାଦର ରାଓ ୨ଟି ସେଟ, ସ୍ୱରୂପ କୁମାର ପାଳ ୨ଟି ସେଟ, ପି.ନାଗେଶ୍ୱରରାଓ ଗୋଟିଏ ସେଟ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ସେହିପରି ଉପସଭାପତି ପାଇଁ ରାମକୃଷ୍ଣ ନାୟକ ଗୋଟିଏ ସେଟ ଏବଂ ବିବେକାନନ୍ଦ ଚୌଧୁରୀ ଗୋଟିଏ ସେଟ ଦାଖଲ କରିଛନ୍ତି । ଏମ୍‌.ପୃଥିବୀରାଜ ଦୁଇଟି ସେଟ ଏବଂ କୃଷ୍ଣ ମୋହନ ପଟ୍ଟନାୟକ ୪ଟି ସେଟ୍ ସମ୍ପାଦକ ପଦବୀ ପାଇଁ ନାମାଙ୍କନ ଦାଖଲ କରିଥିବା ଜଣାପଡିଛି । ଯୁଗ୍ମ ସଂମ୍ପାଦକ ପାଇଁ ନୀଳମାଧବ ଅଧିକାରୀ ଗୋଟିଏ ସେଟ, ରାମପ୍ରସାଦ ନାୟକ ଦୁଇଟି ସେଟ ଦାଖଲ କରିଥିବାବେଳେ କୋଷାଧ୍ୟକ୍ଷ ପାଇଁ ଶଷାଙ୍କ ସେଖର ସାବତ ଗୋଟିଏ ସେଟ ନାମାଙ୍କନ ଦାଖଲ କରିଥିବା ଜଣାପଡିଛି । ସେହିପରି କାର୍ଯ୍ୟ ନିର୍ବାହୀ ସଦସ୍ୟ ଭାବେ ଜିତେନ୍ଦ୍ର ପଟ୍ଟନାୟକ, ଗୌରୀଦେବୀ, ସତ୍ୟନାରାୟଣ ଦାସ, ଆର୍‌.ବାବୁରାଓ, କୌଳାଶ ଚନ୍ଦ୍ର ଗୌଡ, ଶଷାଙ୍କ ଶେଖର ସାବତ, ପି.ବିଶ୍ୱନାଥ ପ୍ରମୁଖ ଦୈଡରେ ଥିବା ଜଣାପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ