ପାରଳାଖେମୁଣ୍ଡି ରେଳ ଷ୍ଟେସନ ଉନ୍ନ‌ତୀକରଣ କାର୍ଯ୍ୟ ମାର୍ଚ୍ଚ ୧୫ ସୁଦ୍ଧା ସାରିବାକୁ ଡିଆରଏମ୍‌ଙ୍କ ନିର୍ଦ୍ଦେଶ

ପାରଳାଖେମୁମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ପାରଳାଖେମୁଣ୍ଡି ରେଳ ଷ୍ଟେସନ ଉନ୍ନତି କରଣ କାର୍ଯ୍ୟ ଆଗାମୀ ମାର୍ଚ୍ଚ ୧୫ ସୁଦ୍ଧା ସମାପନ କରିବାକୁ ଡିଆରଏମ ନିର୍ଦେଶ ଦେଇଛନ୍ତି. ଏନେଇ ଗଜପତି ଜିଲା ସଦର ପାରଳାଖେମୁଣ୍ଡି ରେଳ ଷ୍ଟେସନକୁ ଗୁରୁବାର ଇଷ୍ଟକୋଷ୍ଟ ବିଶାଖାପଟଣା ଡିଭିଜନର ଡିଆର୍‌ଏମ୍ ମନୋଜ କୁମାର ସାହୁ ପରିଦର୍ଶନ କରିଛନ୍ତି। ପାରଳାଖେମୁଣ୍ଡି ଠାରେ ଚାଲିଥିବା ଏହି ରେଳ ଷ୍ଟେଶନର ଉନ୍ନତି ନ୍ନତିକରଣ କାର୍ଯ୍ୟ ଆସନ୍ତା ମାର୍ଚ୍ଚ ୧୫ ସୁଦ୍ଧା ଶେଷ କରିବା ପାଇଁ ସେ ବିଭାଗୀୟ ଅଧୂକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ପରିଦର୍ଶନ ସମୟରେ ଡିଆରଏମ୍ ସାହୁ ଯାତ୍ରୀମାନଙ୍କ ପାଇଁ ହୋଇଥୁବା ଆବଶ୍ୟକ ସୁବିଧା ଗୁଡିକ ଶେଷ ହୋଇଛି କି ନାହିଁ ସେ ଉପରେ ଗୁରୁତ୍ବାରୋପ କରିଛନ୍ତି। ଐତିହାସିକ ପାରଳାଖେମୁଣ୍ଡି ରେଳ ଷ୍ଟେସନ ନିର୍ମାଣ କାର୍ଯ୍ୟ ଅମୃତ ଭାରତ ଯୋଜନାରେ ଆରମ୍ଭ ହୋଇ ଗତ ୧ ବର୍ଷ ହେଲା ଜାରି ରହିଛି । ପ୍ଲାଟଫର୍ମର ଉନ୍ନତିକର ଲେବଲ କ୍ରସିଂ, ନିର୍ମାଣାଧୀନ କୋଠା କାର୍ଯ୍ୟ ଆଦିକୁ ପରିଦର୍ଶନ ସହ ଅନୁଧ୍ୟାନ କରି ଡ଼ିଏମଆର ମାର୍ଚ୍ଚ ୧୫ ସୁଦ୍ଧା ସମସ୍ତ କାର୍ଯ୍ୟ ସମାପନ ପାଇଁ ନିର୍ଦେଶ ଦେଇଥିଲେ.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ