ପାରଳାରେ ଆନ୍ତର୍ଜାତିକ କନ୍ୟା ଦିବସ ଅବସରରେ କର୍ମଶାଳା ଓ ଆଲୋଚନାଚକ୍ର

ପାରଳାଖେମୁଣ୍ଡି, ( ତାରିଣୀ ପ୍ରସାଦ ପଣ୍ଡା ) – ପାରଳାଖେମୁଣ୍ଡି ମହାରାଜାଙ୍କ ବାଳିକା ବିଦ୍ୟାଳୟ ପରିସରରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ଆନୁକୁଲ୍ୟରେ ଆନ୍ତର୍ଜାତିକ କନ୍ୟା ଦିବସ-୨୦୨୧ ଅବସରରେ ଏକ ସଚେତନତା କର୍ମଶାଳା ଓ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ଏଥିରେ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟତ୍ରୀ ସୁଜାତା ଦୋରା ଅଧ୍ୟକ୍ଷତା କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ଶିକ୍ଷାବିତ୍ ସାତ୍ମିକ କୁମାର ପଟ୍ଟନାୟକ, ମୁଖ୍ୟ ବକ୍ତା ଭାବେ ଆଚାର୍ଯ୍ୟ ବିନୋଦ ଚନ୍ଦ୍ର ଜେନା, ଅନ୍ୟତମ ବକ୍ତା ଭାବେ ଓଡିଶା ସାହିତ୍ୟ ଏକାଡେମୀର ଗଜପତି ସଦସ୍ୟ ବିଚିତ୍ରାନନ୍ଦ ବେବର୍ତ୍ତା ପ୍ରମୁଖ ମଞ୍ଚାସୀନ ହୋଇ ଆତ୍ମ ନିର୍ଭରଶୀଳ ଭାରତ ବର୍ଷର ଆହ୍ୱାନକୁ ସାକାର କରିବା ପାଇଁ କନ୍ୟା ସନ୍ତାନମାନଙ୍କ ପ୍ରମୁଖ ଦାୟିତ୍ୱ ଓ କର୍ତ୍ତବ୍ୟ ସମ୍ପର୍କରେ ବୁଝାଇବା ସହ ବିଭିନ୍ନ ସାମଗ୍ରୀକ ବିକାଶ ଦୃଷ୍ଟିରୁ କନ୍ୟା ସନ୍ତାନର ଭୂମିକା ଯଥେଷ୍ଟ ରହିଛି ବୋଲି ଆଲୋଚନା କରିଥିଲେ । ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଜି.ଲକ୍ଷ୍ମୀ ତରାୟୁ, ଇନ୍ଦିରା ପାଢୀ, ସନ୍ତୋଷିନି ନନ୍ଦ ପ୍ରମୁଖ ଯୋଗ ଦେଇ କନ୍ୟା ସନ୍ତାନର ସୁରକ୍ଷା, କନ୍ୟା ରତ୍ନର ଯତ୍ନ ଆଦି ଉପରେ ଆଲୋକପାତ କରିଥିଲେ । ଏଥିରେ ବିଦ୍ୟାଳୟର ବହୁ ଛାତ୍ରୀଙ୍କ ସମେତ ଶିକ୍ଷୟତ୍ରୀମାନେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ