ପାରଳାରେ କଂଗ୍ରେସର ବିଶାଳ ପରିବର୍ତ୍ତନ ସମାବେଶ ଓ ଶକ୍ତି ପ୍ରଦଶ୍ରନ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ପାରଳାଖେମୁଣ୍ଡି ନିର୍ବାଚନ ମଣ୍ଡଳୀ ପାଇଁ ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ କୁମାର ପଟ୍ଟନାୟକଙ୍କ ନାମ ଗତକାଲି ଘୋଷଣା କରାଯିବା ପରେ ଆଜି କଂଗ୍ରେସ ଦଳ ତରଫରୁ ଏକ ବିଶାଳ ପରିବର୍ତନ ସମାବେଶ ଓ ଶକ୍ତି ପ୍ରଦଶ୍ରନ କରାଯାଇଛି. ପାରଳାଖେମୁଣ୍ଡି ଠାରେ ଥିବା ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ଠାରୁ ହଜାର ହଜାର କର୍ମୀଙ୍କ ଏକ ଶୋଭାଯାତ୍ରା ପାରଳାଖେମୁଣ୍ଡି ସହରରେ ପରିକ୍ରମା କରିଥିଲା. ଏହାପରେ ପାରଳାଖେମୁଣ୍ଡି ସହର ଉପକଣ୍ଠରେ ଥିବା ବୃନ୍ଦାବନ ପ୍ୟାଲେସ ଠାରେ କଂଗ୍ରେସ ଦଳର ଶକ୍ତି ପ୍ରଦଶନ ପାଇଁ ପରିବର୍ତ୍ତନ ସମାବେଶ ଆୟୋଜିତ ହୋଇଥିଲା. ଏହି ସମାବେଶରେ ବରିଷ୍ଠ କଂଗ୍ରେସ ନେତା ତଥା ବର୍ତ୍ତମାନର ପାରଳା ନିର୍ବାଚନ ମଣ୍ଡଳୀ ପାଇଁ ଘୋଷିତ ହୋଇଥିବା ପ୍ରାର୍ଥୀ ବିଜୟ କୁମାର ପଟ୍ଟନାୟକ, ଜିଲ୍ଲା କଂଗ୍ରେସ ସଭାପତି ତଥା ମୋହନା ବିଧାୟକ ଦାଶରଥି ଗମାଙ୍ଗ, ପାରଳା ନଗର କଂଗ୍ରେସ କମିଟି ସଭାପତି ବସନ୍ତ ପଣ୍ଡା, ବରିଷ୍ଠ କଂଗ୍ରେସ ନେତା ଜାମିନୀ ରାଓ, ବରିଷ୍ଠ କଂଗ୍ରେସ ଯୁବନେତା ସୂର୍ଯ୍ୟ ପାତ୍ର ପ୍ରମୁଖ ଯୋଗ ଦେଇ ବିଜେଡି ଓ ବିଜେପି ସରକାରଙ୍କ ବିଭିନ୍ନ ବିଫଳତା, ନାଟକ ବାଜି ଆଦିକୁ ନେଇ ଦୃଢ଼ ସମାଲୋଚନା କରିବା ସହ ଆଗାମୀ ନିର୍ବାଚନରେ କଂଗ୍ରେସ ଦଳକୁ ବହୁ ମତରେ ନିର୍ବାଚିତ କରିବା ପାଇଁ ଆୱାନ ଦିଆଯାଇଥିଲା. ଏହି ସମାବେଶରେ ପାରଳା ନିର୍ବାଚନ ମଣ୍ଡଳୀରୁ ହଜାର ହାଜର ସଂଖ୍ୟକ କଂଗ୍ରେସ କର୍ମୀ ଯୋଗ ଦେଇଥିଲେ


